Site icon Odisha.com

କ୍ଷତିପୂରଣ, ଥଇଥାନ ଦ।ବିରେ ଶୋଭାଯାତ୍ରା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ରାଜପଥ ସଂପ୍ରସାରିତ କରି ଏକ ଘରୋଇ କମ୍ପାନୀ ଦୀର୍ଘ ବର୍ଷ ଧରି ଟୋଲ ଅ।।ଦାୟ ଦ୍ୱାରା ଲାଭବାନ ହୋଇଥିବାରୁ ଏହି ପ୍ରକଳ୍ପର ବିସ୍ଥାପିତ ମାନଙ୍କୁ କ୍ଷତିପୂରଣ ଓ ଥଇଥାନ ଦାବିରେ ବରଗଡ଼ ଜିଲ୍ଲାରେ ଏକ ମଟର ସାଇକେଲ ଶୋଭାଯାତ୍ରା କରାଯାଇଛି ।

ଜିଲ୍ଲା ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଗୁରୁବାର ଆୟୋଜିତ ଏହି ଶୋଭାଯାତ୍ରାକୁ ଓକିଲ ସଂଘ ସଭାପତି ଶିଶିରବଲ୍ଲଭ ମିଶ୍ର ଗାନ୍ଧୀ ଛକ ଠାରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସମିତି ସଭାପତି ସୁରେଶ୍ୱର ଶତପଥିଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବିଭିନ୍ନ ଛକରେ ଅଟକି ବିସ୍ଥାପିତଙ୍କ ପୁନଃ ଥଇଥାନ ପାଇଁ ନଅ ଦଫା ଦାବି ବିଷୟରେ ଆଲୋଚନା କରିଥିଲେ ।

ଅଧିକୃତ ଜମିର ପ୍ରକୃତ ବଜାର ମୂଲ୍ୟ, କ୍ଷତିଗ୍ରସ୍ତ ଘର ଓ ଦୋକାନ ଗୁଡ଼ିକର ନିର୍ମାଣ ଖର୍ଚ୍ଚ ସହ ନୂତନ ନିର୍ମାଣ ପାଇଁ ଆବଶ୍ୟକ ଏକ ବର୍ଷର ଭଡ଼ା, ରାସ୍ତା କଡ଼ରୁ ସରକାରୀ ଜମିରୁ ବିସ୍ଥାପିତଙ୍କ ନିର୍ମାଣଜନିତ କ୍ଷତି ଓ ଏକ ବର୍ଷର ଭରଣ ପୋଷଣ, ବିସ୍ଥାପିତ ପରିବାରର ଜଣକୁ ପ୍ରକଳ୍ପ କାର୍ଯ୍ୟ ଓ ଟୋଲ ଅ।ଦାୟରେ ନିଯୁକ୍ତି ଆଦି ନଅ ଦଫା ଦାବି ପ୍ରତି ସଚେତନତା ସୃଷ୍ଟି ଏହି ଶୋଭାଯାତ୍ରାର ଲକ୍ଷ ବୋଲି ଶତପଥି କହିଛନ୍ତି ।

ପରିବେଶ ସୁରକ୍ଷା ଆଇନ ଉଲଂଘନ କରି ଘରୋଇ ନିର୍ମାଣ ସଂସ୍ଥା ଜୋରଜବରସ୍ତ ଲୋକଙ୍କୁ ଉଚ୍ଛେଦ କରି ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ଉଦବେଗ ପ୍ରକାଶ ପାଇଛି । ନୀତି ନିୟମ ପାଳନ ପରେ ନିର୍ମାଣ କାର୍ଯ୍ୟ କରିବାକୁ ଦାବି ହୋଇଛି ।

ଓଡିଶା ଡଟ୍ କମ୍

Exit mobile version