Site icon Odisha.com

ପାଇକମାଳ ଏନ୍କାଉଣ୍ଟର: ବିଜେପି ଏନ୍ଏଚ୍ଆର୍ସିଙ୍କ ଦ୍ୱାରସ୍ଥ

ଓଡ଼ିଶା ଡ଼ଟ୍ କମ୍ ସସମ୍ବାଦଦାତା

ନୂଆିଲ୍ଲୀ, ଅପ୍ରେଲ ୨୮(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ପାଇକମାଳରେ ପୋଲିସ ଏନ୍କାଉଣ୍ଟର ଘଟଣାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ଦିଲ୍ଲୀରେ ଗୁରୁବାର ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଗତ ଡ଼ିସେମ୍ବର ୨୭ରେ ପାଇକମାଳ ଠାରେ ମିଥ୍ୟା ଏନ୍କାଉଣ୍ଟରରେ ଦଳୀୟ ବ୍ଲକ ସଭାପତି ମାଧବ ସିଂହ ଠାକୁର, ରମେଶ ଚନ୍ଦ୍ର ସାହୁଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି ବୋଲି ପ୍ରତିନିଧି ଦଳ କମିଶନ ସସ୍ୟ ଜଷ୍ଟିସ ଜି.ପି.ମାଥୁରଙ୍କୁ ସାକ୍ଷାତ କରି ଲିଖିତ ଭାବରେ ଜଣାଇଛନ୍ତି ।

ଠାକୁରଙ୍କ ପତ୍ନୀ ଗୀତାଞ୍ଜଳି ଠାକୁର ଓ ସାହୁଙ୍କ ପତ୍ନୀ ଯାଞ୍ଜସେନୀ ସାହୁ ଏବଂ ସେମାନଙ୍କର ପିଲାମାନେ ମଧ୍ୟ କମିଶନଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂପାକ ଆଇନଜୀବୀ ଭୂପିନ୍ଦର ଯାଦବ, ସାଂସଦ ର୍ରୁଦ୍ରନାରାୟଣ ପାଣି, ପାଇକମାଳର ସଂଗ୍ରାମୀ ନେତା ପ୍ରଦୀପ୍ତ ପୁରୋହିତ ପ୍ରମୁଖ କମିଶନଙ୍କ ଦ୍ୱାରସ୍ଥ ।

ପାଇକମାଳରେ ଜଣେ ଯୁବତୀଙ୍କୁ ମନ୍ତ୍ରୀଙ୍କ ସଂପର୍କୀୟମାନେ କରିଥିବା ବଳାତ୍କାର ପ୍ରସଙ୍ଗକୁ ଯେପରି ବିଭିନ୍ନ ଜାତୀୟ ଆୟୋଗରେ ଉଠାଯାଇ ନ୍ୟାୟ ଦିଆଯାଇଛି ସେହିପରି ଏହି ଘଟଣାର ପ୍ରକୃତ ଦୋଷୀର ପର୍ଦ୍ଦାଫାଶ କରାଯିବ ବୋଲି ସାଂସଦ ର୍ରୁ ନାରାୟଣ ପାଣି କହିଛନ୍ତି ।

ଗତ ଡ଼ିସେମ୍ବର ୨୭ରେ ପାଇକମାଳ ଠାରୁ ୧୫ କିମି ଦୂର ବୋଡ଼ାସମ୍ବର ଜଙ୍ଗଲରେ ପୋଲିସ ଗୁଳିରେ ଠାକୁର ଓ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏମାନେ ସିପିଆଇ ମାଓବାଦୀ ସଂଗଠନ ସହ ସଂପୃକ୍ତ ଥିଲେ ବୋଲି ଜିଲ୍ଲା ପୋଲିସ କହିଥିଲା ।

ମାଧବ ସ୍ଥାନୀୟ ବ୍ଲକ ବିଜେପି ସଭାପତି ଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ସେ ବେଶ୍ ଜଣାଶୁଣା ଓ ରମେଶ ଜଣେ ବ୍ୟବସାୟୀ ଥିଲେ । ଏମାନେ ମାଓବାଦୀ କାର୍ଯ୍ୟରେ ସଂପୃକ୍ତ ନଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା । ମିଥ୍ୟା ଏନ୍କାଉଣ୍ଟର କରି ଉଭୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version