Site icon Odisha.com

ମାଓବାଦୀଙ୍କ ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଅପ୍ରେଲ ୨୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଯୋଗୁଁ ଗୁରୁବାର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଆକ୍ରମଣର ଆଶଂକା କରି କାଳିମେଳା ଓ ମୋଟୁ ଅଞ୍ଚଳରେ ଘରୋଇ ଏବଂ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ଜଣେ ଅଧିକାରୀ କହିଛନ୍ତି ।

ଅପହୃତ ମାଲକାନଗିରି ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ସରକାର ମଧ୍ୟସ୍ଥିଙ୍କ ସହ କରିଥିବା ଚୁକ୍ତିର ଖିଲାପ କରୁଥିବା ଦର୍ଶାଇ ସେମାନେ ଏହି ବନ୍ଦ ଡ଼ାକରା ଦେଇଛନ୍ତି ।

ଗତ ଫେବୃୟାରୀ ମାସରେ ମାଓବାଦୀମାନେ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଥିଲେ । ମାଓବାଦୀଙ୍କଦ୍ୱାରା ମନୋନୀତ ମଧ୍ୟସ୍ଥିଙ୍କ ସହ ସରକାରଙ୍କ ଆଲୋଚନା ପରେ ସେମାନେ ମୁକ୍ତ ହୋଇଥିଲେ ।

ରାଜ୍ୟର ବିଭିନ୍ନ ଜେଲରେ ଥିବା ପ୍ରାୟ ୭୦୦ ଆିବାସୀଙ୍କୁ ମୁକ୍ତ, ମାଓବାୀ ବିରୋଧି ଅଭିଯାନ ବନ୍ଦ କରିବା ସହ ୧୪ଟି ଦାବି ପୂରଣ କରିବାକୁ ସରକାର ପ୍ରତିଶୃତି ଦେବା ପରେ ସେମାନେ ଉଭୟଙ୍କୁ ମୁକ୍ତ କରିଥିଲେ ।

ମାଓ ଦମନ ଅଭିଯାନ ବନ୍ଦ କରିବା ତଥା ଜେଲରେ ଥିବା ନୀରିହ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version