ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଶେରଗଡ଼, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାର ଏକ ସ୍ଥାନରେ କ୍ରସର ୟୁନିଟ୍କୁ ବିରୋଧ କରି ଉତ୍ତ୍ୟକ୍ତ ଲୋକମାନେ ଉକ୍ତ କ୍ରସର କ୍ୟାମ୍ପ ଭିତରେ ଥିବା ସାତ ଜଣଙ୍କୁ ଜୀବନ୍ତ ପୋଡ଼ି ଦେଇଥିବା ପୋଲିସ ଶନିବାର କହିଛି ।
ଧରାକୋଟ ଥାନା ଅନ୍ତର୍ଗତ ବାଗଡ଼ ଗ୍ରାମରେ ଥିବା କ୍ରସର ୟୁନିଟକୁ ସ୍ଥାନୀୟ ଲୋକମାନେ ବହୁ ଦିନ ହେଲା ବିରୋଧ କରିଆସୁଥିବା ବେଳେ ଶୁକ୍ରବାର ରାତିରେ ଏହା ଭୟଙ୍କର ରୂପ ନେଇଥିଲା ।
ଗ୍ରାମବାସୀମାନେ ସଂଘବଦ୍ଧ ଭାବେ ଏଠାରେ କାମ କରୁଥିବା କର୍ମଚାରୀ ମାନଙ୍କୁ ମାଡ଼ ମାରିବାକୁ ଗୋଡ଼ାଇଥିଲେ । ଏଥିରେ ସେମାନେ ଭୟଭୀତ ହୋଇ କ୍ୟାମ୍ପ ଭିତରକୁ ଚାଲିଯାଇଥିଲେ ।
ଏହି ସମୟରେ ଗ୍ରାମବାସୀମାନେ କ୍ୟାମ୍ପ ଉପରେ ପେଟ୍ରୋଲ ଓ କିରୋସିନ ଢାଳି ନିଅାଁ ଲଗାଇ ଦେଇଥିଲେ ଫଳରେ ସଠାରେ ଥିବା ସାତ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।
ଓଡିଶା ଡଟ୍ କମ୍
Leave a Reply