Site icon Odisha.com

ଇନ୍ଦ୍ରାବତୀରେ ଡ଼ଙ୍ଗା ବୁଡ଼ି ତିନି ଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡ଼ଙ୍ଗା ବୁଡ଼ି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ଶନିବାର କହିଛି ।

ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ବଡ଼ସୁକୁଲି ଘାଟରୁ ଶୁକ୍ରବାର ସଂଧ୍ୟାରେ ଛଅ ଜଣ ଡଙ୍ଗାରେ ଯାଉଥିବା ସମୟରେ ଡଙ୍ଗା ବୁଡ଼ି ଯିବାରୁ ଦୁଇ ଜଣ ମହିଳା ଓ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ।

ଏଥିରେ ଥିବା ଛଅ ଜଣଙ୍କ ମଧ୍ୟରୁ ତିନି ଜଣଙ୍କୁ ଡ଼ଙ୍ଗା ଚାଳକ ଉଦ୍ଧାର କରିଥିଲେ । ଏମାନେ ସମସ୍ତେ ନିକଟସ୍ଥ ଜଙ୍ଗଲରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version