Site icon Odisha.com

ଶିଶୁର ଚିକିତ୍ସା ନିମନ୍ତେ ସହାୟତା ପାଇଁ ନିବେଦନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧(ଓଡ଼ିଶା ଡ଼ଟ୍ କମ୍) ରୋଗରେ ପୀଡ଼ିତ ଜଣେ ଚାରି ମାସର ଶିଶୁର ଚିକିତ୍ସା ପାଇଁ ସହାୟତା କରିବାକୁ ମିଡ଼ିଆ ୟୁନିଟି ଫର୍ ଫ୍ରିଡ଼ମ ଅଫ୍ ପ୍ରେସ(ଏମ୍ୟୁଏଫ୍ପି) ପକ୍ଷରୁ ନିବେଦନ କରାଯାଇଛି ।

ସ୍ଥାନୀୟ କନକ ଟିଭି ଚ୍ୟାନେଲର ସାମ୍ବାଦିକ ସୁଦର୍ଶନ ପଲାଇଙ୍କ ଗତ ଜାନୁୟାରୀ ମାସରେ ଏକ ପୁତ୍ର(ଅଂଶ) ଜନ୍ମ ହୋଇଥିଲା । କିନ୍ତୁ ଜନ୍ମ ହେବା ପରେ ତାର ହୃତପିଣ୍ଡ ଜନିତ ସମସ୍ୟା ଥିବା ଡ଼ାକ୍ତର କହିଥିଲେ ।

ବର୍ତ୍ତମାନ ଶିଶୁଟି”ସିଏଚ୍ଡ଼ି-ଟିଏପିଭିସି’ ରୋଗରେ ଆକ୍ରାନ୍ତ । ଚିକିତ୍ସା ପାଇଁ ୩ଲକ୍ଷ ୫୦ ହଜାର ଟଙ୍କା ଆବଶ୍ୟକ ବୋଲି ଶିଶୁକୁ ଚିକିତ୍ସା କରୁଥିବା ଆପୋଲୋ ହସ୍ପିଟାଲ ଡ଼ାକ୍ତର କହିଛନ୍ତି ।

ତେଣୁ ଚିକିତ୍ସା ଖର୍ଚ୍ଚ ବହନ କରିବା ସୁଦର୍ଶନ ତଥା ତାଙ୍କ ପରିବାର ପକ୍ଷେ ସମ୍ଭବ ହୋଇନଥିବାରୁ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗଣମାଧ୍ୟମ ପ୍ରତିନିଧି ତଥା ଗଣମାଧ୍ୟମ ସଂସ୍ଥା ମାନଙ୍କୁ ନିବେଦନ କରାଯାଇଛି ।

ନିକଟରେ ଏମ୍ୟୁଏଫି ପକ୍ଷରୁ ଏମ୍ବିବିସି ଟିଭି ଫଟୋ ସାମ୍ବାିକ ଲକ୍ଷ୍ମୀଧର ମହାପାତ୍ରଙ୍କ ଚିକିତ୍ସା ପାଇଁ ନିବେଦନ କରାଯାଇଥିଲା ଓ ବିଭିନ୍ନ ବ୍ୟକ୍ତି ବିଶେଷ ଏଥିପାଇଁ ପ୍ରାୟ ୨ ଲକ୍ଷ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ।

ଶିଶୁର ଚିକିତ୍ସା ପାଇଁ ସହାୟତା ପ୍ରାନ କରିବାକୁ ଚାହୁଁଥିବା ସହୃୟ ବ୍ୟକ୍ତି ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ସୁଦର୍ଶନ ପଲାଇ, କନକ ଟିଭି, ବି-୨୭, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ୱର-୭୫୧୦୦୧ ।

ବ୍ୟାଙ୍କ ଆକାଉଣ୍ଟ: ସୁଦର୍ଶନ ପଲାଇ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଲକ୍ଷ୍ମୀସାଗର ଶାଖା, ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ନମ୍ବର-୨୦୦୬୨୩୩୯୭୧୩ ।

ଓଡ଼ିଶା ଡ଼ଟ୍ କମ୍

Exit mobile version