ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଶେରଗଡ଼, ମଇ ୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାର ଏକ କ୍ରସର ୟୁନିଟ କର୍ମଚାରୀଙ୍କୁ ଜୀଅନ୍ତା ପୋଡ଼ି ଘଟଣାରେ ପୋଲିସ ୮୬ ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିବା ବେଳେ ଏହାର ପ୍ରତିବାଦରେ ଶତାଧିକ ମହିଳା ରାସ୍ତା ଅବରୋଧ କରିଛନ୍ତି ।
ଉତ୍ତ୍ୟକ୍ତ ମହିଳାମାନେ ଶେରଗଡ଼-ବଡ଼ଗଡ଼ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଛନ୍ତି । ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଏହି ଘଟଣାରେ ୮୬ ଜଣଙ୍କୁ ଗିରିଫ କରାଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ଦେବେନ୍ଦ୍ର ଦୋରା କହିଛନ୍ତି ।
ଧରାକୋଟ ଥାନା ଅନ୍ତର୍ଗତ ବାଗଡ଼ ଗ୍ରାମରେ ଥିବା କ୍ରସର ୟୁନିଟକୁ ସ୍ଥାନୀୟ ଲୋକମାନେ ବହୁ ଦିନ ହେଲା ବିରୋଧ କରିଆସୁଥିବା ବେଳେ ଶୁକ୍ରବାର ରାତିରେ ଏହା ଭୟଙ୍କର ରୂପ ନେଇଥିଲା ।
ଉତ୍ତ୍ୟକ୍ତ ଗ୍ରାମବାସୀମାନେ କ୍ରସର କ୍ୟାମ୍ପରେ ପେଟ୍ରୋଲ କିରୋସିନ ଢାଳି ନିଅାଁ ଲଗାଇେଇଥିଲେ । ଏଥିରେ ପ୍ରଥମେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ଓ ପରେ ପୋଷ୍ଟମର୍ଟମ ସମୟରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।
ପୂର୍ବରୁ ଏହି କ୍ରସର ୟୁନିଟକୁ ବିରୋଧ କରି ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ କଥା ନଶୁଣିବାରୁ ଲୋକମାନେ ଆଇନକୁ ନିଜ ହାତକୁ ନେଇଛନ୍ତି । ତେଣୁ ଏହି ଘଟଣାରେ ବିଚାରବିଭାଗୀୟ ତନ୍ତ କରିବାକୁ ବିରୋଧି ଦଳ ଦ।ବି କରିଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply