Site icon Odisha.com

୨ଟି ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋର ମଞ୍ଜୁରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା

ଭୁବନେଶ୍ୱର, ମଇ ୩(ଓଡ଼ିଶା ଡ଼ଟ୍ କମ୍) ୭୩୫ କୋଟି ଟଙ୍କାର ୨ଟି ଶିଳ୍ପ ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କମିଟି ମଞ୍ଜୁରୀ ପ୍ରଦାନ କରିଛି ।

ସୋମବାର ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଦୁଇଟି ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।

ଏହା ସହିତ ଆଉ ଚାରୋଟି ପ୍ରକଳ୍ପ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ କମିଟିକୁ ସୁପାରିସ କରାଯାଇଛି । ଇସ୍ପାତ କିମ୍ବା ଆଲୁମିନିୟମ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ନୀତିରେ ପରିବର୍ତ୍ତନ କରିବା ପାଇଁ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ହାଇ୍ରାବା ସ୍ଥିତ ପ୍ରାଇମୋ ପାୱାର ଆଣ୍ଡ ଇନ୍ଫ୍ରାଷ୍ଟ୍ରକଚର ଲିମିଟେଡ୍ ନୟାଗଡ଼ ଜିଲ୍ଲାର ଗଣିଆରେ ୬୦ ମେଗାୱାଟ୍ ବ୍ୟିୁତ୍ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ େଇଛି । ଏହି ଶିଳ୍ପ ପାଇଁ ୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଏହି ଶିଳ୍ପ ପ୍ରତିଷ୍ଠା ହେଲେ ୮୦ ଜଣ ବ୍ୟକ୍ତି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ପାଇବେ ।

କୋର୍ଣାକ କାନ୍ତି ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ବୌଦ୍ଧ ଜିଲ୍ଲା ବାଲିଆପଡ଼ାରେ ୧୧୦ ମେଗାୱାଟ୍ ତାପଜ ବ୍ୟିୁତ୍ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି । ଏଥିପାଇଁ ୪୩୫ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ।

ଏହା ବ୍ୟତିତ କମ୍ପାନ ପାରାଦ୍ୱୀପରେ ୨୦୦ କୋଟି ବ୍ୟୟରେ ପେଟ୍ରୋଲିୟମ ଏବଂ ୧୧୦ କୋଟି ଟଙ୍କା ବ୍ୟୟରେ ଧାମରାରେ ପେଟ୍ରୋଲିୟମ ଷ୍ଟୋରେଜ ଟ୍ୟାଙ୍କ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିବା ବୈଠକ ପରେ ଶିଳ୍ପ ସଚିବ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version