Site icon Odisha.com

କୋରାପୁଟ-ରାଉରକେଲା ଏକ୍ସପ୍ରୁେସ ଦୁର୍ଘଟଣାଗ୍ରସ୍ତ,୨୭ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ବଲାଙ୍ଗୀର, ମଇ ୪(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିକଟରେ କୋରାପୁଟ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୭ ଜଣ ଯାତ୍ରୀ ଆହତ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ବୁଧବାର କୁହାଯାଇଛି ।

ଏକ କୋଇଲା ବୋଝେଇ ଟ୍ରେନ୍ ବ୍ରଜରାଜନଗରରୁ ସିକିରି ଷ୍ଟେସନ ଦେଇ ସିମ୍ରାଦି ଯାଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଟିଟିଲାଗଡ଼ ଠାରୁ ସାତ କିମି ଦୁରରେ ଲାଇନଚ୍ୟୁତ ହୋଇଥିଲା ।

ଫଳରେ ମାଲ ବୋଝେଇ ଟ୍ରେନ୍ଟି ୧ ନମ୍ବର ଲାଇନ ଉପରେ ଚଢିଯାଇ ଏହି ଲାଇନରେ ଯାଉଥିବା କୋରାପୁଟ-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ସହ ମାଡ଼ ହୋଇଥିଲା । ଏଥିରେ ଏକ୍ସପ୍ରେସ ଟ୍ରେନର ଗୋଟିଏ ଏସି ବଗି ଓ ଦୁଇଟି ସାଧାରଣ ବଗି କ୍ଷତିଗ୍ରସ୍ତ ହୋଇଥିବା ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।

ଆହତ ମାନଙ୍କୁ ଟିଟିଲାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା କୁହାଯାଇଛି । ଦୁର୍ଘଟଣା ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ସେଠାକୁ ଯାଇଛନ୍ତି ।

ଦୁର୍ଘଟଣା ଯୋଗୁଁ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ଏବଂ ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସକୁ ବାତିଲ କରାଯାଇଛି ।

ହେଲ୍ପଲାଇନ ନମ୍ବର: ସମ୍ବଲପୁର-୦୬୬୩-୨୫୨୧୦୯୧, ୦୬୬୩-୨୫୨୧୧୯୧,ରାଉରକେଲା ୦୬୬୧- ୨୫୧୦୬୮୦, ଝାରସୁଗୁଡ଼ା-୦୬୬୪୫-୨୭୧୨୬୫, ରାଜଗାଙ୍ଗପୁର-୦୬୬୨୪ ୨୨୦୨୯୯ ।

ଓଡ଼ିଶା ଡ଼ଟ୍ କମ୍ଦୁ

Exit mobile version