Site icon Odisha.com

ଡ଼ାକ୍ତରଖାନାରେ ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମଇ ୩(ଓଡ଼ିଶା ଡ଼ଟ୍ କମ୍) ଏଚ୍ଆଇଭି ଆକ୍ରାନ୍ତ ହୋଇନଥିବା ପ୍ରମାଣପତ୍ର ଦେଖାଇବା ସତ୍ତ୍ୱେ ଜଗତସିଂହପୁର ଜିଲ୍ଲାରେ ପ୍ରସବ ପାଇଁ ଡ଼ାକ୍ତରଖାନା ଯାଇଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଡ଼ାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି ।

ଡ଼ାକ୍ତରଖାନାରେ ହୋଇଥିବା ଏହି ଦୁର୍ବ୍ୟବହାର ପ୍ରଚାର ହେବାପରେ ଗ୍ରାମବାସୀମାନେ ତାଙ୍କୁ ବାସନ୍ଦ କରିବା ସହ ତାଙ୍କର ଛୁଆ ମାନଙ୍କୁ ସ୍କୁଲ ନଯିବାକୁ ବାରଣ କରିଥିବା ସଂପୃକ୍ତ ମହିଳା କହିଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ଜଣେ ମହିଳା ପ୍ରସବ ଜନିତ କାରଣରୁ ଗତ ଅପ୍ରେଲ ୨୦ରେ ପତି ଓ ଶାଶୁଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ।

ସେ ଡ଼ାକ୍ତରଖାନାରେ ଦ।ଖିଲ ହେବା ପରେ ସଂପୃକ୍ତ ଗର୍ଭବତୀ ମହିଳା ଏଚ୍ ଆଇଭି ଆକ୍ରାନ୍ତ ଥିବା ଡ଼ାକ୍ତରଖାନାର କେତେକ ସ୍ୱାସ୍ଥ୍ୟ କର୍ମଚାରୀ ସନ୍ଦେହ କରି ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ତଥା ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ତାଙ୍କୁ ସେଠାରୁ ଚାଲିଯିବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଡ଼ାକ୍ତରଖାନା କର୍ମଚାରୀ ଓ ଡ଼ାକ୍ତର ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେବାରୁ ପ୍ରସବ ଜନିତ ଯନ୍ତ୍ରଣା ଅଧିକ ହେବା ଯୋଗୁଁ ଡ଼ାକ୍ତରଖାନା ବାରଣ୍ଡାରେ ସନ୍ତାନ ଜନ୍ମ କରିବି ବୋଲି ସେ କହିଥିଲେ ।

ନବ ଜନ୍ମିତ ଶିଶୁ ଓ ତାଙ୍କ ପାଇଁ ଡ଼ାକ୍ତର କୌଣସି ପ୍ରକାର ଔଷଧ ମଧ୍ୟ ଲେଖିନଥିଲେ ଓ ପରବର୍ତ୍ତୀ ସମୟରେ ସେଠାରେ ଥିବା କର୍ମଚାରୀ ତାଙ୍କୁ ଚିକିତ୍ସା ନକରି ବିା କରିେଇଥିଲେ, ସେ କହିଛନ୍ତି ।

ସଂପୃକ୍ତ ମହିଳାଙ୍କ ସ୍ୱାମୀ ଗୁଜୁରାଟର ଏକ କମ୍ପାନୀରେ କାମ କରୁଥିବା ବେଳେ ଏଚ୍ଆଇଭି ଆକ୍ରାନ୍ତ ହୋଇଥିଲେ ଓ ଗତ ମାର୍ଚ୍ଚ ୧୩ରେ ଏହା ପଜିଟିଭ୍ ବୋଲି ଜଣାପଡ଼ିଥିଲା ।

ତେବେ ମାର୍ଚ୍ଚ ୧୫ରେ ସଂପୃକ୍ତ ମହିଳାଙ୍କ ରକ୍ତ ନମୂନା ମଧ୍ୟ ପରୀକ୍ଷା କରାଯାଇଥିଲା ଓ ଏଥିରେ ଏଚ୍ଆଇଭି ପଜିଟିଭ୍ ନଥିବା ଜଣାପଡ଼ିଥିଲା ।

ତେବେ ଡ଼ାକ୍ତରଖାନାରେ ଦ।ଖଲ ହେବା ସମୟରେ ସେ ଏଚ୍ଆଇଭି ଆକ୍ରାନ୍ତ ନଥିବା ସଂପର୍କରେ ସମସ୍ତ ପ୍ରମାଣ ଦେଖାଇଥିଲେ ମଧ୍ୟ ଡ଼ାକ୍ତର ଓ ଅନ୍ୟ କର୍ମଚାରୀମାନେ ତାଙ୍କ ଶାଶୁ ଓ ଆଶା କର୍ମୀଙ୍କୁ ଦୂର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ପ୍ରସବ କୋଠରୀରେ ଥିବା ବେଳେ ପତିଙ୍କ ଅନୁପସ୍ଥିତିରେ କୌଣସି ବ୍ୟକ୍ତିଙ୍କୁ ସେଠାକୁ ଯିବାର ଅନୁମତି ନଥିବା ବେଳେ ସଂପୃକ୍ତ ସ୍ତ୍ରୀରୋଗ ବିଶେଷଜ୍ଞ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡ଼ାକିଥିଲେ, ସେ ଅଭିଯୋଗ କରିଛନ୍ତି ।

ସ୍ତ୍ରୀରୋଗ ବିଶେଷଜ୍ଞ ତାଙ୍କୁ ଦୁର୍ବ୍ୟବହାର କରିନାହାନ୍ତି କିନ୍ତୁ ଏଚ୍ଆଇଭିରେ ଆକ୍ରାନ୍ତ ନଥିବା ଜଣେ ମହିଳା ଓ ତାଙ୍କର ସନ୍ତାନଙ୍କୁ କୌଣସି କାରଣ ନଥାଇ ଡ଼ାକ୍ତରଖାନାରେ ଦୁର୍ବ୍ୟବହାର କରାଯାଇଛି ବୋଲି ଆଶା କର୍ମୀ କହିଛନ୍ତି ।

ତେବେ ସଂପୃକ୍ତ ମହିଳା ଓ ଅନ୍ୟ ମାନଙ୍କୁ କୌଣସି ପ୍ରକାର ଦୁର୍ବ୍ୟବହାର କରାଯାଇ ନାହିଁ ଏବଂ ପ୍ରସବ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା ବୋଲି ସ୍ତ୍ରୀରୋଗ ବିଶେଷଜ୍ଞ ସୁକାନ୍ତ କୁମାର ଦଳାଇ କହିଛନ୍ତି ।

ଏହି ଘଟଣା ଜାଣିବା ପରେ ରାଜ୍ୟ ଏଡ଼୍ସ ନିୟନ୍ତ୍ରଣ କକ୍ଷର ଅତିରିକ୍ତ ନିର୍ଦ୍ଦେଶକ ସ୍ମୃତି ସାଗରିକା କାନୁନ୍ଗୋ ଓ ଅନ୍ୟ ସ୍ୱୟଂସହାୟକ ଗୋଷ୍ଠୀଙ୍କ ସହ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ଉକ୍ତ ପରିବାରକୁ ବାସନ୍ଦ ନକରିବାକୁ କହିଥିଲେ ।

ଘଟଣା ପାଇଁ ଡ଼ାକ୍ତରଖାନା କର୍ମଚାରୀ ଓ ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବତନ ସରପଞ୍ଚ ବୈରାଗୀ ମହାନ୍ତି ଏବଂ ଅନ୍ୟ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ରାଜ୍ୟ ମହିଳା କମିଶନ, ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ପ୍ରସବ ସମୟରେ ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର କିମ୍ବା ଅବହେଳା କରିବାର ପ୍ରଶ୍ନ ଉଠୁ ନାହିଁ ବରଂ ସମସ୍ତ ପ୍ରକାର ସୁବିଧା କରାଯାଇଥିଲା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରବୀନ୍ଦ୍ରନାଥ ଦ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version