ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା
ଭୁବନେଶ୍ୱର,ମଇ ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ନୂତନ ସ୍ପଞ୍ଜ ଆଇରନ କାରଖାନା ପ୍ରତିଷ୍ଠା କିମ୍ବା ସମ୍ପ୍ରସାରଣ ପାଇଁ ଅନୁମତି ନବଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିଳ୍ପ ପ୍ରତିଷ୍ଠା ସଂକ୍ରାନ୍ତୀୟ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ସ୍ପଞ୍ଜ ଆଇରନ୍ କାରଖାନା ଗୁଡ଼ିକର କ୍ଷତା ବୃଦ୍ଧି ଓ ପ୍ରଦୂଷଣ ହ୍ରାସ ପାଇଁ ନୀତି ପ୍ରଣୟନ କରାଯାଇଛି । ସ୍ପଞ୍ଜ ଆଇରନ ଏବଂ ବ୍ଲାଷ୍ଟ ଫର୍ଣ୍ଣେସ ଥିବା ଇସ୍ପାତପ୍ରକଳ୍ପ ଉପରେ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୈଠକ ପରେ ଶିଳ୍ପ ସଚିବ କହିଛନ୍ତି ।
କେବଳ ଦିନକୁ ୩୫୦ ଟନ୍ ଉତ୍ପାଦନ କରୁଥିବା ସ୍ପଞ୍ଜ ଆଇରନ୍ କାରଖାନାକୁ ତିନି ନିୟୁତ ଟନ୍ ପର୍ଯ୍ୟନ୍ତ ଇସ୍ପାତ ଉତ୍ପାଦନ କରିବା ପାଇଁ ଅନୁମତି ନେବାକୁ ପଡ଼ିବ । ସେହିପରି ୩୩ ନିୟୁତ ଟନ୍ରୁ ୧.୫ ଏବଂ ୧.୫ରୁ ୬ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ନିମନ୍ତେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କେତେକ ସର୍ତ୍ତ ପୂରଣ କ୍ଷେତ୍ରରେ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯିବ ।
ଯେଉଁ କମ୍ପାନୀ ନିମ୍ନ ମାନର କୋଇଲା ନେଇ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବେ ସେମାନେ ରାଜ୍ୟ ସରକାରଙ୍କୁ ୩୩ ପ୍ରତିଶତ ବିଦ୍ୟୁତ ମାଗଣାରେ ଯୋଗାଇବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply