Site icon Odisha.com

ସରକାର କ୍ଷମତାରେ ରହିବା ନୈତିକତା ହରାଇଛନ୍ତି: ସଂଘର୍ଷ ସମିତି

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦ ଦାତା

ପୁରୀ, ମଇ ୫(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବ୍ୟିାଳୟ ସଂପର୍କରେ ଲୋକପାଳଙ୍କ ମନ୍ତବ୍ୟ ପରେ ରାଜ୍ୟ ନବୀନ ସରକାର କ୍ଷମତାରେ ରହିବାର ନୈତିକତା ହରାଇଛନ୍ତି ବୋଲି ବିଶ୍ୱବ୍ୟିାଳୟ ବିରୋଧି ସଂଘର୍ଷ ସମିତି ପକ୍ଷରୁ ଗୁରୁବାର କୁହାଯାଇଛି ।

ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଆଇନ ବୋଲି ଦର୍ଶାଇ ଲୋକପାଳ କାର୍ଯ୍ୟାନଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ନେଇଥିଲେ । ମାତ୍ର ସରକାର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନଥିବା ଦର୍ଶାଇଥିଲେ । ତେଣୁ ବୋଧହୁଏ ଆଇନ ସଂପର୍କରେ ଏ ସରକାର ଅଜ୍ଞ ବୋଲି ସମିତିର ପରାମର୍ଶ ଦ।ତା ଉମାବଲ୍ଲଭ ରଥ ଏକ ସାମ୍ବାଦକ ସମ୍ମିଳନୀରେ କହିଛନ୍ତି ।

ଆଇନ ମୁତାବକ ଲୋକପାଳ ଗତ ସପ୍ତାହରେ ତିନି ପୃଷ୍ଠାର ଏକ ସ୍ୱତନ୍ତ୍ର ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ସରକାର ଲୋକପାଳଙ୍କ ନିର୍ଦ୍ଦେଶକୁ ଦାବି ଖାତିର ନକରିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ସଂଘର୍ଷ ସମିତି ପକ୍ଷରୁ କୁହାଯାଇଛି ।

ସମାଜସେବୀ ଦ୍ୱାରିକା ମୋହନ ମିଶ୍ରଙ୍କ ପିଟିସନ୍ର ବିଚାର କରି ଲୋକପାଳ ଗତ ୨୦୧୦ ମାର୍ଚ୍ଚ ୯ରେ ରାୟ ଦେଇଥିଲେ । ଉକ୍ତ ରାୟରେ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏଭଳି ବେଆଇନ କାର୍ଯ୍ୟର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।

ସରକାର ଲୋକପାଳ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନାହାନ୍ତି ଏବଂ ଏଭଳି ବେଆଇନ କାର୍ଯ୍ୟକୁ ଯୁକ୍ତିଯୁକ୍ତ କହିବା ଲୋକପାଳଙ୍କୁ ଅବଜ୍ଞା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସମିତି ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version