ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋର ଇସ୍ପାତ ପ୍ରକଳ୍ପ ପାଇଁ ଆସନ୍ତା ୧୮ ତାରିଖରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶନିବାର ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ।
ଅଧିଗ୍ରହଣ ସମୟରେ ଢିଙ୍କିଆ ଗ୍ରାମର ବେସରକାରୀ ଜମିକୁ ଏଥିରେ ସାମିଲ କରାଯିବ ନାହିଁ ବୋଲି ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ତଥା ପୋସ୍କୋ ପାଇଁ ସରକାରଙ୍କ ନୋଡାଲଅଫିସର ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକଙ୍କୁ କହିଛନ୍ତି ।
ବୁଝାମଣାପତ୍ରର ନବୀକରଣ ଓ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର କୌଣସି ସମ୍ପର୍କ ନାହିଁ,ତେଣୁ ବୁଝାମଣାପତ୍ର ନବୀକରଣ ହୋଇନଥିଲେ ମଧ୍ୟ ଅଧିଗ୍ରହଣ କାର୍ଯ୍ୟ ହୋଇପାରିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓଇଡ୍କୋ ପକ୍ଷରୁ ପ୍ରଥମେ ପାନବରଜମି ଅଧିଗ୍ରହଣ କରାଯିବ,ସେ କହିଛନ୍ତି ।
ଏହାପରେ ଚିଙ୍ଗୁଡି ଚାଷ ହେଉଥିବା ଜମି ଅଧିଗ୍ରହଣ ହେବ ଏବଂ ବିସ୍ଥାପନ ଓ ଥଇଥାନ ନୀତିରେ କ୍ଷତିଗ୍ରସ୍ତ ଲୋକଙ୍କୁ ଧାର୍ଯ୍ୟ ଅନୁଯାୟୀ କ୍ଷତିପୂରଣ ଦିଆଯିବ ।
କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଗତ ସୋମବାର ପୋସ୍କୋ ପ୍ରକଳ୍ପକୁ ଚୁଡ଼ାନ୍ତ ଜଙ୍ଗଲ ଅନୁମତି ଦେବା ସହ ୧୨୫୩ଏକର ଜଙ୍ଗଲ ଜମି ଡ଼ାଇଭର୍ସନ ପାଇଁ ଅନୁମତି ପ୍ରଦାନ କରିଥିଲେ ।
ଓଡିଶା ଡଟ୍ କମ୍
Leave a Reply