ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଜୟପୁର,ମଇ ୯(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାର ଏକ ସ୍ଥାନରେ ଡ଼ଙ୍ଗା ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା ଆଠ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ପୋଲିସ ସୋମବାର କହିଛି ।
ଗତକାଲି ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଓଡ଼୍ରାଫ ଦଳ ଆଜି ଚାରି ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ଅନ୍ୟ ତିନି ଜଣ ବର୍ତ୍ତମାନ ମଧ୍ୟ ନିଖୋଜ ଅଛନ୍ତି । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣେ ଅଧିକାରୀ କହିଛନ୍ତି ।
ରବିବାର ମଧ୍ୟାହ୍ନରେ ଲମତାପୁଟ୍ ଅର୍ନ୍ତଗତ କୋଲାବ ନଦୀରେ ୧୩ ଜଣ ଲୋକଙ୍କୁ ନେଇ ଏକ ଡ଼ଙ୍ଗା ଝାଲାଞ୍ଜର ଗ୍ରାମକୁ ଯାଉଥିବା ବେଳେ ଏହା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।
ଏମାନଙ୍କ ମଧ୍ୟରୁ ୫ ଜଣ ପହଁରି କୂଳରେ ପହଞ୍ଚିଥିଲେ ଓ ଅନ୍ୟ ୮ଜଣ ନିଖୋଜ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ନାବାଳିକାର ଅନ୍ୟମାନେ ମହିଳା ଥିବା ବୋଲି ପୋଲିସ କହିଛି ।
ଓଡିଶା ଡଟ୍ କମ୍
Leave a Reply