Site icon Odisha.com

ଡଙ୍ଗା ବୁଡ଼ି ଘଟଣା: ଛଅ ଜଣଙ୍କ ମୃତହେ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତାଦାତା

ଜୟପୁର,ମଇ ୧୦(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାର ଏକ ସ୍ଥାନରେ ଡ଼ଙ୍ଗା ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା ଆଠ ଜଣଙ୍କ ମଧ୍ୟରୁ ଛଅ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ପୋଲିସ ମଙ୍ଗଳବାର କହିଛି ।

ପୂର୍ବରୁ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଓଡ଼୍ରାଫ ଦଳ ସୋମବାର ପାଞ୍ଚ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ଅନ୍ୟ ଦୁଇ ଜଣ ବର୍ତ୍ତମାନ ମଧ୍ୟ ନିଖୋଜ ଅଛନ୍ତି ।

ରବିବାର ମଧ୍ୟାହ୍ନରେ ଲମତାପୁଟ୍ ଅର୍ନ୍ତଗତ କୋଲାବ ଜଳଭଣ୍ଡାରରେ ୧୨ ଜଣ ଲୋକଙ୍କୁ ନେଇ ଏକ ଡ଼ଙ୍ଗା ଝାଲାଞ୍ଜର ଗ୍ରାମକୁ ଯାଉଥିବା ବେଳେ ଏହା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।

ଏମାନଙ୍କ ମଧ୍ୟରୁ ୫ ଜଣ ପହଁରି କୂଳରେ ପହଞ୍ଚି ଥିଲେ ଓ ଅନ୍ୟ ୮ଜଣ ନିଖୋଜ ହୋଇଯାଇଥିଲେ । ମୃତକଙ୍କ ପରିବାରକୁ ରେଡ଼କ୍ରସ୍ ପକ୍ଷରୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version