Site icon Odisha.com

ପାଞ୍ଚ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା

ଭୁବନେଶ୍ୱର, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଙ୍ଗଳବାର ଅଦଳବଦଳ କରାଯାଇଥିବା ବେଳେ ପାଞ୍ଚଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହି ମନ୍ତ୍ରୀ ମାନଙ୍କୁ ଶପଥପାଠ କରାଇଛନ୍ତି ।

ପୁରୀ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ପିପିଲି ବିଧାୟକ ପ୍ରଦୀପ ମହାରଥି, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଚିକିଟି ବିଧାୟିକା ଉଷା ଦେଵୀ, ରାୟଗଡ଼ା ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଲାଲବିହାରୀ ହିମିରିକା ଶପଥ ଗ୍ରହଣ କରିଛନ୍ତି ।

ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିବା ଅଞ୍ଜଳି ବେହେରା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ମହେଶ୍ୱର ମହାନ୍ତି ପୁରୀ ନିର୍ବାଚନ ମଣ୍ଡଳୀରୁ ୧୯୯୫-୨୦୦୦, ୨୦୦୦-୨୦୦୪, ୨୦୦୪-୨୦୦୯ ଓ ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଥର ବିଧାୟକ ହୋଇଥିବା ବେଳେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ ।

ପ୍ରଦୀପ ମହାରଥି ପିପିଲିରୁ ୧୯୮୫-୯୦, ୯୦-୯୫, ୨୦୦୦-୦୪, ୦୪-୦୯ ଓ ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚଥର ବିଧାୟକ ହୋଇଥିବା ବେଳେ ୨୦୦୦ରୁ୨୦୦୪ ପର୍ଯ୍ୟନ୍ତ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ ।

ସେହିପରି ଲାଲବିହାରୀ ହିମିରିକା ରାୟଗଡ଼ାରୁ ୨୦୦୦-୦୪ ଓ ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ହୋଇଥିବା ବେଳେ ଉଷା ଦେବୀ ଚିକିଟିରୁ ୧୯୯୦-୯୫, ୨୦୦୦-୨୦୦୪, ୨୦୦୪ ୨୦୦୯ ଓ ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

ନିରଞ୍ଜନ ପୂଜାରୀ ୨୦୦୦ରୁ ୨୦୦୪ ଓ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିନିକା ନିର୍ବାଚନ ମଣ୍ଡଳୀରୁ ଓ ୨୦୦୯ରେ ସୋନପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version