Site icon Odisha.com

ହେଇ, କୋକୁଆ ଅଇଲା (କଥା କିଞ୍ଚତ)

ରବି କାନୁନ୍ଗୋ

“”ଶୁଣ ହୋ ରାଜନ ଭାଳିଣ ଶ୍ରୀକୃଷ୍ଣ; ଯେ ରଞ୍ଚିଲେକ ଉପାଇୟେ ।ଦ୍ୱାରିକା ଭୁବନ କଇଂ ଲାଗିଲାକ କୋକୁଆ ଭୟେ ଅଭୁତେ ଶୁଭିଲା-ହେଇ, ଅଇଲା କୋକୁଆ ।ଦ୍ୱାରିକା ଲୋକମାନେ ହୋଇଲେ ଅଚାଭୁଆ |”(ସାରଳା ମହାଭାରତ: ମୂଷଳୀ ପର୍ବ)

ଓଡ଼ିଆ ମହାଭାରତରେ କୋକୁଆ-ଉପାଖ୍ୟାନ । ସାରଳାଙ୍କର ଏକ ଅଦ୍ଭୁତ ସର୍ଜନା । ଶ୍ରୀକୃଌଲକ୍ସବମ୩୪;ଙ୍କ ପାୱାରରେ ଯାବ କୁଳ ଧନୀ ଓ ପ୍ରମତ୍ତ ହେଲେ । ସୋମରସ ପିଇ ମାତାଲ ହେଲେ । ଯୌନ ଶିଷ୍ଟତା ମାନିଲେନି ।

ଇଭ୍-ଟିଜିଂ ଇତ୍ୟାି ଉତ୍ପାତର ସୀମା ଲଙ୍ଘିଲେ । ପିତା ମାତା ମୁନି ଋଷି ବ୍ରାହ୍ମଣ ଗୁରୁ ଓ ଗୁରୁଜନଙ୍କୁ ହେୟଜ୍ଞାନ କଲେ । ଶ୍ରୀକୃଷ୍ଣଙ୍କ ପାୱାର ଯେତେ ବଢ଼ୁଥାଏ ଯାବଦମାନଙ୍କ ଉତ୍ପାତ ବି ସେମିତି ବଢ଼ୁଥାଏ ।

କିନ୍ତୁ ଦିନ ଆସିଲା, ଶ୍ରୀକୃଷ୍ଣଙ୍କୁ ହେଜିବାକୁ ପଡ଼ିଲା- “କେବଣ ମତେ ୟେ ସମସ୍ତ କ୍ଷୟ କରାଇବି?’ । ସଂସାର ରହିବା ଦରକାର, ଯାବ ନ ରହୁନ୍ତୁ ପଛେ । ସେ ସ୍ୱୟଂ ଭଗବାନ । ଉପାୟ ଫାନ୍ଦିଲେ, ତ କାମ ଚାଲିଲା । କ’ଣ ହେଲା? ନା,ଦ୍ୱାରିକା ନଗରୀ ସାରା ସମସ୍ତେ କୁହାକୁହି ହେଲେ-ହେଇ କୋକୁଆ ଆସୁଛି! ଏକଥା ଶୁଣି ଯିଏ ଯୁଆଡ଼େ ଲୁଚିଲେ ।

“କୋକୁଆ’ କିଏ-ଭୂତ ପ୍ରେତ ନା ରାକ୍ଷସ? କୋକୁଆ ସହିତ କାହାରି ଭେଟ ହେଲାନି । ମାତ୍ର ଇଏ ତାକୁ ସିଏ ୟାକୁ କୋକୁଆ ଭାବି ନିଜ ଭିତରେ ହଣାହଣି ହୋଇ ବହୁ ଯାବ ନାଶ ଗଲେ । “କୋକୁଆ-ଭୟ-ଏହା ଏକ ଚଳନ୍ତି ଏବଂ ପ୍ରିୟ ଶବ୍ଦ । ଅଜଣା ନୁହେଁ,ଦିତ ଭୟର ନାଁ ହେଲା କୋକୁଆ । ଏହାକୁ ପୂର୍ଣ୍ଣ ଅର୍ଥରେ ବୁଝିବା ବା ବୁଝାଇବା ସମ୍ଭବ ନୁହେଁ ।

ଗୋଟେ ଥାନାର ଜଣେ ଇନ୍ସପେକ୍ଟର ଜଜ୍ଙ୍କୁ ମାଡ଼ଧର କଲା କି ବେଇଜ୍ଜତ କଲା । ତା’ପରେ କଥା ନିଜ ବାଟରେ ଗଲା । ସେଥିରୁ ଉପୁଜିଲା ବିଚାର ବିଭାଗୀୟ ତନ୍ତା ଘୋଷଣା ହେଲା । ରାଉରକେଲା ପୁଲିସ ଜିଲ୍ଲା ଅଧୀନରେ ଥିବା ୨୩ଟା ଥାନା ଏବଂ ୭-୮ଟା ଫାଣ୍ଡି, ସବୁଠିଁ ଏବେ “କୋକୁଆ-ଭୟ’ । କ’ଣ ନା-ନାଇଡୁ କମିସନ ଆସୁଛି !

“ନରେଗା’ ଦୁର୍ନୀତିର ସିବିଆଇ ତନ୍ତ ଘୋଷଣା ପରେ ସଚିବାଳୟଠାରୁ ଗାଁର ପଞ୍ଚାୟତ ଅଫିସ ଯାଏ ସବୁଠିଁ “କୋକୁଆ ଭୟ’ । ଏଠି କୋକୁଆ ଶବ୍ଦର ଅର୍ଥ ସିବିଆଇ ହୋଇପାରେ । ଦିତ ଭୟର ନାଁ କୋକୁଆ । ଇଏ ଜଣା ରାସ୍ତାରେ ମୋଟେ ଆସେନି । ଅଚାନକ ରାଧାଚଡ଼କ ପକେଇ ପାରେ । ଏ ଭୟର କେତେକ ଅତିରିକ୍ତ ଗୁଣଅଛି ।

ଇଏ ସତ୍ୟାନାଶିଆଗୁଡ଼ାଙ୍କୁ ଅଧିକ ଡରାଏ । କୋକୁଆର ଏତେ ତାକତ ଯେ ଲୋକଟା ଜେଡ୍-ପ୍ଲସ୍ ସିକ୍ୟୁରିଟି ଭିତରେ ଥିଲେ ବି ସେଠିକି ସେ ପଶି ଯିବ । ଭୟାନକ ତା ଅତ୍ୟାଚାର । ଅହେୀ ଆତ୍ମାକୁ ସେମିତି ଶୂନ୍ୟରେ ଓଟାରି ଆଣିବ । ହେ?ପଡ଼ିଥାଉପୁଲିସପାଖରେ । ତେଣିକି ସେ ନାଁ ସହି ରତ୍ନ ବା ସରକାର ଦାନ ଯାହାପାଇବ,ପାଉ । ମଲା ତଆଗେ! ଏ ଭୟରେ ବିପଅପେକ୍ଷା ଭ୍ରାନ୍ତି ଟିକେ ଅଧିକ ରହେ ।

ଆମେରିକା ସମେତ ବହୁ ସରକାରର ଗୁପ୍ତ ତଥ୍ୟ ପାରେ ପ୍ରଘଟ କରି ସେମାନଙ୍କୁ ହଲାପଟା କରୁଥିବା “ୱିକି-ଲିକ୍ସ’ପ୍ରତିଷ୍ଠାତା ଜୁଲିଆନଆସେଞ୍ଜଏକ ଭାରତୀୟ ଟିଭିକୁ ଏକ ସାକ୍ଷାତକାର ଦେଇଛନ୍ତି । ସେ କହିଛନ୍ତି ଯେ ସୁଇସ୍ ବ୍ୟାଙ୍କରେ କଳାଧନ ରଖିଥିବା ଭାରତୀୟମାନଙ୍କ ତାଲିକାଅତି ଶୀଘ୍ର “ୱିକି-ଲିକ୍ସ’ପ୍ରକାଶ କରିବାକୁ ଯାଉଛି ।

ଖାଲି ସୁଇସ୍ ବ୍ୟାଙ୍କ ନୁହେଁ, ସବୁ ବ୍ୟାଙ୍କ ହିସାବ ଅମେ ପାଖରେ । କୋଉଠି କିଏ କେତେ ବ୍ଲାକମନି ରଖିଛି ସବୁ ତଥ୍ୟ ଅଛି । ଭେରି‘ଦାଏ କରି ଗୋଟେଗୋଟେପ୍ରକାଶ କରିବେୁ । ଶେରୁ ଚୋରି କରି ବିଦେଶରେ ଧନ ସଞ୍ଚିବାରେ ଭାରତୀୟମାନେ ସବୁଠୁଁ ଆଗରେ ।

ଆସେଞ୍ଜଙ୍କ ଘୋଷଣା କୋକୁଆ ଆଗମନର ପୂର୍ବ ସୂଚନା । ଭାରତୀୟ ବିଶିଷ୍ଟମାନେ କିପରି କଳା ଟଙ୍କା ଅର୍ଜନ କରନ୍ତି ଓ ତାକୁ ବିଶେରେ ଗୁପ୍ତ ଆକାଉଣ୍ଟ କରି ରଖନ୍ତି ଏବଂ ସେଥିଯୋଗୁ ଶେର ଅର୍ଥନୀତି ଓ ରାଜନୀତିରେ କି କି କ୍ଷୟକ୍ଷତି ହେଉଥାଏ-ଗୁଡ଼ିକ ବହୁଚର୍ଚ୍ଚିତ ପ୍ରସଙ୍ଗ ।

ଏଥିପାଇଁ ପାର୍ଲାମେଣ୍ଟ ବି ହୁଲୁସ୍ତୁଲ ହୋଇଛି । କିନ୍ତୁ କଳାଧନ ପ୍ରସଙ୍ଗ ରତିକ୍ଳାନ୍ତ ବୃଷଭ ପରି ଶୋଇ ରହିଛି ରାଜରାସ୍ତାରେ । ସରକାର ଓ ରାଜନୀତିକ ଳଗୁଡ଼ିକ କଡ଼େଇ ହୋଇ ଯା-ଆସ କରୁଛନ୍ତି ।

ଆଇନକାନୁନ ଆଦି ନାନା କଥା କହି ସରକାର ହାତ ଟେକିେଲେ – ଆମେ ପାରିବୁନି । ଭାଜପା ଏ ବାବରେ ବହୁ କଥା କହିଲାଣି ଯେ ହେଲେ ଅଧିକ ପ୍ରାଧାନ୍ୟ ଦେଉ ନାହିଁ । କର୍ପୋରେଟ୍-ଇଣ୍ଡିଆ ପାଟି ଫିଟୋଉନି ।

ଲୋକପାଳ ଆନ୍ଦୋଳନ ନେଇ ଅନ୍ନା ହଜାରେ ଚାଲିଛନ୍ତି ଦୁର୍ନୀତି ବିରୁଦ୍ଧରେ ଏବଂ ସେତିକିବେଳେ ୱିକି-ଲିକ୍ସର ଏ ନିଷ୍ଠୁର ଘୋଷଣା ? ଯି ସତ ହୁଏ? ଅନେକଙ୍କ ନିଦହଜିବା ପରି ଅବସ୍ଥା ।

ସମାପ୍ତ

(ବିଦ୍ର : ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)

ଓଡ଼ିଶା ଡ଼ଟ୍ କମ୍ର ଘୋଷଣାନାମା

Exit mobile version