Site icon Odisha.com

ମାଠ କାକରା

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ଅଟା-୨୫୦ ଗ୍ରାମ, ଅରୁଆ ଚାଉଳ ଗୁଣ୍ଡ-୧୫୦ ଗ୍ରାମ, ଚିନି କିମ୍ବା ଗୁଡ-୩୫୦ ଗ୍ରାମ, ନଡିଆ ୧ଟା (କୋରା), ଛେନା-୨୫୦ ଗ୍ରାମ, ଗୋଲ ମରିଚ ଗୁଣ୍ଡ-୧୦ ଗ୍ରାମ, ସ୍ଵାଦ ପାଇଁ ଲୁଣ ଚିମୁଟାଏ, ଛଣିବା ପାଇଁ ରିଫାଇନ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

ଚୁଲିରେ କଡ଼ାଇ ବସାଇ ୩/୪ କପ ପାଣି ଦିଅନ୍ତୁ। ସେଥିରେ ଚିନି କିମ୍ବା ଗୁଡ ଓ ସ୍ଵାଦ ପାଇଁ ଲୁଣ ପକାନ୍ତୁ । ପାଣି ଭଲ ଭାବରେ ଫୁଟିଗଲେ ଅଟା ଓ ଅରୁଆ ଚାଉଳ ଏକାଠି ମିଶାଇ ଧୀରେ ଧୀରେ ପକାଇ ଭଲ ଭାବରେ ଘାଣ୍ଟନ୍ତୁ ।

ଧିମି ଆଞ୍ଚରେ ପାଞ୍ଚ ମିନିଟ ଢାଙ୍କୁଣି ଘୋଡାଇ ବସାନ୍ତୁ । ଚୁଲିରୁ ଓହ୍ଲାଇ ଗୋଟିଏ ପାତ୍ରରେ ଜନ୍ତଣିକୁ କାଢି ଥଣ୍ଡା କରନ୍ତୁ। ଜନ୍ତଣି ଥଣ୍ଡା ହୋଇଗଲେ ପାଣିହାତ କରି ଭଲ ଭାବରେରେ ଚକଟି ରଖନ୍ତୁ । ଜନ୍ତଣିକୁ ଛୋଟଛୋଟ ଗୁଲ କରି ରଖନ୍ତୁ ।

ପୁର ପ୍ରସ୍ତୁତି ପ୍ରଣାଳୀ

କୋରା ନଡିଆରେ ଗୁଡ କିମ୍ବା ଚିନି, ଛେନା ଗୋଲମରିଚ ଗୁଣ୍ଡ ମିଶାଇ ଭଲଭାବରେ ଚକଟି ରଖନ୍ତୁ । ଚୂଲିରେ କଢାଇ ବସାଇ ନଡିଆ ପୁରକୁ ସେଥିରେ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ପାଣି ଶୁଖି ପୁର ଝୁରଝୁରା ହୋଇଗଲେ ପ୍ଳେଟରେ କାଢି ଥଣ୍ଡା କରନ୍ତୁ ।

ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଗୁଳାକୁ ହାତରେ ନେଇ ପାପୁଲି ସାହାଯ୍ୟରେ ଗିନା ଆକାରର ଗଢି ଭିତରେ ନଡିଆ ପୁର ଦେଇ ଚାରିପଟୁ ଏକାଠି କରି ବନ୍ଦ କରନ୍ତୁ । ଭଲ ଭାବରେ ଉପରି ଭାଗଟିକୁ ବନ୍ଦ କରି ହାତରେ ଚଟକ କରି ଦିଅନ୍ତୁ ।

ବର୍ତ୍ତମାନ ଅନ୍ୟ ଏକ କଡାଇରେ ତେଲ କିମ୍ବା ଘିଅ ଗରମ କରନ୍ତୁ । ଗଢି ରଖିଥିବା ପିଠା ଗୁଡିକୁ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ।

କଡାଇରୁ କାଢି ଥଣ୍ଡା କରି ପରିବେଷଣ କରନ୍ତୁ ମାଠ କାକରା ।

ଓଡ଼ିଶା ଡ଼ଟ୍ କମ୍

Exit mobile version