Site icon Odisha.com

ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ଅଧିବେଶନ

ଅନ୍ନପୂର୍ଣ୍ଣାଦେବୀ ପାଣ୍ଡେ

ଟେକ୍ସାସ, ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସର ଲ୍ଲାସ ଠାରେ ଓଡିଶା ସୋସାଇଟି ଅଫ୍ ଆମେରିକା’ (ଓଏସ୍ଏ)ର ୪୨ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ଅଧିବେଶନରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ହଜାର ହଜାର ଲୋକ ଯୋଗ ଦେଇଥିଲେ ।

ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ଦକ୍ଷିଣ ପଶ୍ଚିମ ଚାପ୍ଟର ପକ୍ଷରୁ ଲ୍ଲାସର ଲିଗାସି ଟାଉନ ସେଣ୍ଟରରେ ଏହାର ଆୟୋଜନ କରାଯାଇଥିଲା । ଅଧିବେଶନର ପ୍ରମୁଖ ବିଷୟ ବସ୍ତୁ ଥିଲା ଓଡ଼ିଶାର ପରମ୍ପରା ଏବଂ ଗର୍ବ ଓ ଗୌରବ ।

ସେଟଲର କଂଗ୍ରେସମ୍ୟାନ ଜିମ୍ ମେକଡ଼େରମଟ୍ ଅଧିବେଶନରେ ବକ୍ତା ଭାବେ ଯୋଗ ଦେଇଥିଲେ । ସେ ଆମେରିକା- ଭାରତ ବାଣିଜ୍ୟ ସଂପର୍କର ପ୍ରମୁଖ ଓକିଲ । ଭାରତ ସରକାରଙ୍କ ମୁଖ୍ୟ ସୂଚନା କମିଶନର ସତ୍ୟାନନ୍ଦ ମିଶ୍ର ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଓଟିଭି ନିର୍ଦ୍ଦେଶକ ଜାଗିମଙ୍ଗତ ପଣ୍ଡା ପ୍ରମୁଖ ଯୁବ ବକ୍ତା ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ଆମେରିକା ତଥା ଓଡ଼ିଶାର ବହୁ ଲୋକ ଏଥିରେ ଯୋଗ ଦେଇଥିଲେ । ଓଏସ୍ଏ ସଭାପତି ବିଜ୍ଞାନି ଦ।ସ, ଉପସଭାପତି ପ୍ରତାପ ମହାପାତ୍ର ଏବଂ କୋଷାଧ୍ୟକ୍ଷ ଅଖିଳେଶ୍ୱର ପଟେଲପ୍ରମୁଖ ଉ୍ଘାଟନ ଉତ୍ସବର ପରିଚାଳନା କରି ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ ।

ଆମେରିକାରେ ଓଡ଼ିଆଙ୍କ ପାଇଁ ଜୀବନବ୍ୟାପୀ କାର୍ଯ୍ୟ ନିମନ୍ତେ ସାରସିନ୍ଧୁ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜୀବନବ୍ୟାପୀ ସାଧନା ପାଇଁ ଓଡ଼ିଶାର ଶାନ୍ତନୁ ମହାପାତ୍ର ଏବଂ ସଂଗୀତଜ୍ଞ ଚିତ୍ତ ଜେନାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶେଷ ଦିନରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ନୂଆ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ସଭାପତି, କୁକୁ ଦ।ସ ଉପସଭାପତି, ଲୀନା ମିଶ୍ର ସଂପାଦକ ଏବଂ ସୁଶାନ୍ତ ସତପଥି କୋଷାଧ୍ୟକ୍ଷ ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ଓଏସ୍ଏ ପ୍ରଶାସନର ଦ।ୟୀତ୍ୱ ଗ୍ରହଣ କରିଥିଲେ । ଓଡ଼ିଶା ସୋସାଇଟି ଅଫ୍ ଆମେରିକାରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି, ଆମେରିକାରେ ରହୁଥିବା ଓଡ଼ିଆଙ୍କ ଏକ ଡ଼ାଟାବେସ ପ୍ରସ୍ତୁତ ଏବଂ ଓଡ଼ିଶାରେ ରହୁଥିବା ଲୋକଙ୍କ ସହ ବାହାରେ ରହୁଥିବା ଲୋକଙ୍କ ସଂପର୍କ ଉପରେଓଏସ୍ଏ ଅଧିବେଶନର ସଭାପତି ପାଣ୍ଡେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଓଡ଼ିଶାରେ ମହିଳା ସଶକ୍ତିକରଣ, ଶିକ୍ଷା ଓ ଏହାର ସାମାଜିକ ଓ ଆର୍ଥିକ ବିକାଶ ଏବଂ ସ୍ୱାସ୍ଥ୍ୟ ଉପରେ ଅଧିବେଶନରେ ଆଲେଚନା କରାଯାଇଥିଲା ।ଏହି ଅବସରରେ ଆୟୋଜିତ ମନୋରଂଜନ କାର୍ଯ୍ୟକ୍ରମରେ ଓଡ଼ିଶାର ନୃତ୍ୟଶିଳ୍ପୀ ତଥା ସେଠାରେ ଥିବା ଓଏସ୍ଏର ବିଭିନ୍ନ ଚାପ୍ଟର କଳାକାରମାନେ ଅଂଶ ଗ୍ରହଣ କରି ।

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହିତ ସାମିଲ ହେବା ତଥା ଓଡ଼ିଶାର ପୁରୁଣା ବନ୍ଧୁଙ୍କ ସହ ମିଶିବା ପାଇଁ ଏହା ଏକ ବିଶେଷ ମୁହୁର୍ତ୍ତ । ଏହାର ପରିଚାଳକ ତପନ ପାଢୀ, ସହ ପରିଚାଳକ ଦେବାଶିଷ ନନ୍ଦ, ଗୋପାଳ ମହାପାତ୍ର, ଓଏସ୍ଏର ଦକ୍ଷିଣ ପଶ୍ଚିମ ଚାପ୍ଟର ସଭାପତି ଏବଂ ଶତାଧିକ ସ୍ୱେଚ୍ଛାସେବୀଙ୍କୁ ସେମାନଙ୍କର ସହାୟତା ପାଇଁ ପାଣ୍ଡେ ଧନ୍ୟବାଦ ଜଣାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍

 

Exit mobile version