Site icon Odisha.com

ଗୋଷ୍ଠୀ ସଂଘର୍ଷ ଘଟଣାରେ ୪୦ରୁ ଉଦ୍ଧ୍ୱର୍ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଜୁଲାଇ ୧୫(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା କୋଳା ଅନ୍ତର୍ଗତ ମରାଠୀ ସାହି ଓ ଛଚିନାର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଏବଂ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ୪୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଗିରଫ କରିଥିବା ପୋଲିସ ଶୁକ୍ରବାର କହିଛି ।

ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ୪୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦେବାକୁ ଦ।ବିକରି ଶତାଧିକ ମହିଳା ଗୁରୁବାର ସ୍ଥାନୀୟ ରାସ୍ତା ଅବରୋଧ କରିଥିଲେ ।

ଗିରଫ ଭୟରେ ଏହି ଗ୍ରାମ ତଥା ଏହାର ଆଖପାଖ ଗ୍ରାମ ଗୁଡ଼ିକ ପୁରୁଷ ଶୂନ୍ୟ ହୋଇଯାଇଛି । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ କୋଳା ଓ ଛଚିନା ଗ୍ରାମ ସମେତ ହିଂସାକାଣ୍ଡ ହୋଇଥିବା ମରାଠୀ ସାହି ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ମରାଠୀ ସାହି ଓ ଛଚିନା ଗ୍ରାମବାସୀଙ୍କ ମଧ୍ୟରେ ଗତ ବୁଧବାର ସଂଘର୍ଷ ହୋଇଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ଆକ୍ରମଣରେ ଅନ୍ୟଗୋଷ୍ଠୀର ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଘର ଦ୍ୱାର ଭାଙ୍ଗି ଯାଇଥିଲା ।

ଏହି ଘଟଣାର ଆର୍ଡ଼ିସି ତନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲେ ।

ଏହାସହ ସଂପୂର୍ଣ୍ଣ ଘର ଭାଙ୍ଗିଯାଇଥିଲେ ୫୦ ହଜାର ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ
୨୫ ହଜାର ଟଙ୍କା ଲେଖାଏଁ ବୋକୁ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version