Site icon Odisha.com

ବେଦାନ୍ତ ପ୍ରକଳ୍ପ ସଂପ୍ରସାରଣ ମାମଲା ହାଇକୋର୍ଟରେ ଖାରଜ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଆଲୁମିନିୟମ ରିଫାଇନାରୀ ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସଂପ୍ରସାରଣ ପାଇଁ ବେଦାନ୍ତ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି ।

ପ୍ରକଳ୍ପ ସଂପ୍ରସାରଣ ପାଇଁ ଦିଆଯାଇଥିବା ଅନୁମତିକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ରଦ୍ଦ କରିବା ସହ କାମ ବନ୍ଦ ବନ୍ଦ କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କମ୍ପାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଏବଂ ବିଚାରପତି ବି.ଏନ୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ବେଦାନ୍ତ ଲାଞ୍ଜିଗଡ଼ ଠାରେ ପ୍ରତିଷ୍ଠା କରିଥିବା ଆଲୁମିନିୟମ ବିଶୋଧନାଗାରର ବାର୍ଷିକ ଉତ୍ପାଦନ କ୍ଷମତା ଏକ ନିୟୁତ ଟନ୍ ରହିଥିବା ବେଳେ ଏହାକୁ ଛଅ ନିୟୁତ ଟନ୍କୁ ବୃଦ୍ଧି ଓ ଶକ୍ତି ପ୍ରକଳ୍ପକୁ ୭୫ରୁ ତିନି ଶହ ମେଗାୱାଟକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲା ।

ମନ୍ତ୍ରଣାଳୟ ଗତ ୨୦୧୦ ଅକ୍ଟୋବର ୨୧ରେ ପ୍ରକଳ୍ପ ସଂପ୍ରସାରଣ ଅନୁମତିକୁ ରଦ୍ଦ କରିଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version