Site icon Odisha.com

କେବିକେ ଅଞ୍ଚଳର ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍)
କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ(କେବିକେ) ଅଞ୍ଚଳରେ ଥିବା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ
ସ୍ୱତନ୍ତ୍ର ଆଇଟିଆଇ ଖୋଲିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହାସହ ପଶ୍ଚିମଓଡ଼ିଶାରେ ଥିବାଦୁଇଟି ଆଇଟିଆଇରେ ଶଟି ନୂଆ ଟ୍ରେଡ଼ର ପ୍ରବର୍ତ୍ତନ
କରାଯିବ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ଦଶ ଲକ୍ଷ ଭିନ୍ନକ୍ଷମ ବ୍ୟକ୍ତି ଥିବା ବେଳେ ଚଳିତ ବର୍ଷ ଚାରି ଲକ୍ଷ ଭିନ୍ନକ୍ଷମ
ବ୍ୟକ୍ତିଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ଅକ୍ଟୋବର ମାସରୁ ରାଜ୍ୟର ସମସ୍ତ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିରର ଆୟୋଜନ
କରାଯିବ ଏବଂ ଏଥିରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର,
ପେନ୍ସନ୍, ବ୍ୟାଙ୍କପାସ୍ ବୁକ୍, ପରିଚୟପତ୍ର ଓ ସହାୟକ ଯନ୍ତ୍ରପାତି ଆଦି ଯୋଗାଇ
ଦିଆଯିବ ।

ଏହାବ୍ୟତୀତ ସ୍ୱତନ୍ତ୍ର ସ୍କୁଲରେ ପଢୁଥିବା ଭିନ୍ନକ୍ଷମ ପିଲା ମାନଙ୍କୁ ବର୍ଷକୁ ଦୁଇ ହଳ
ପୋଷାକ ଯୋଗାଇ ଦିଆଯିବ । ୧୬ ବର୍ଷରୁ କମ୍ ବୟସ୍କ ବାଳକ ବାଳିକାଙ୍କ ପାଇଁ
କଲେକ୍ଟିଭ ସର୍ଜରୀର ବ୍ୟବସ୍ଥା କରାଯିବ ।

ଭିନ୍ନକ୍ଷମ ମହିଳା କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଭୁବନେଶ୍ୱରରେ ସ୍ୱତନ୍ତ୍ର ହଷ୍ଟେଲ ନିର୍ମାଣ
କରାଯିବ । ଭିନ୍ନକ୍ଷମ ପିତାମାତାଙ୍କର କଲେଜରେ ପାଠ ପଢୁଥିବା ପିଲା ମାନଙ୍କୁ ଦଶ
ମାସ ପାଇଁ ମାସିକ ୩୫୦ ଟଙ୍କା ବୃତ୍ତି ଦେବା ପାଇଁ ସ୍ଥିର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version