Site icon Odisha.com

ଜଳ ପୁରୁଷ’ ରାଜେନ୍ଦ୍ର ସିଂଙ୍କ ନାଲ୍କୋ ପରିଦର୍ଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) ‘ଜଳ ପୁରୁଷ’ ଭାବେ ଖ୍ୟାତ ବିଶିଷ୍ଟ ଜଳ ସଂରକ୍ଷଣବିତ ତଥା ରମଣ ମାଗସେସେ ପୁରସ୍କାର ବିଜେତା ରାଜେନ୍ଦ୍ର ସିଂ ଗୁରୁବାର ଭୁବନେଶ୍ୱର ସ୍ଥିତ ନାଲକୋ ର ନିଗମ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ।

ଏହି ଅବସରରେ, ସେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ୍ ବାଗ୍ରା ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଜଳ ସମ୍ପଦର ଉପଯୁକ୍ତ ବିନିଯୋଗ, ପୁନଃବ୍ୟବହାର ତଥା ଜଳ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ପକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ପୂର୍ବରୁ ସେ ଅନୁଗୁଳ ସ୍ଥିତ ନାଲ୍କୋର ସ୍ମେଲ୍ଟର ଓ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ ।

ସିଂ ତାଙ୍କ ଦ୍ୱାରାପ୍ରତିଷ୍ଠିତ ‘ତରୁଣ ଭାରତ ସଂଘ’ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ବିଭିନ୍ନ ଅଭିନବ ଜ୍ଞାନକୌଶଳ ବ୍ୟବହାର କରି ଜଳ ସଂରକ୍ଷଣ ଆନ୍ଦୋଳନକୁ ଜାରୀ ରଖିଛନ୍ତି । ନାଲ୍କୋର ସ୍ମେଲ୍ଟର ଓ ବିଦ୍ୟୁତ ଉତ୍ପାନ ପ୍ରକଳ୍ପ ପରିଦର୍ଶନ ସମୟରେ ସେ ଜଳ ସଂରକ୍ଷଣ ତଥା ବର୍ଜ୍ୟ ଜଳର ପରିଚାଳନା ନିମନ୍ତେ କମ୍ପାନୀ ଦ୍ୱାରାଗ୍ରହଣ କରାଯାଇଥିବା ପକ୍ଷେପ ଗୁଡିକର ପ୍ରଶଂସା କରିଥିଲେ ।

ଏହି ଅବସରରେ, କମ୍ପାନୀ ଦ୍ୱାରାଜଳର ଉପଯୁକ୍ତ ବ୍ୟବହାର, ପୁନଃବ୍ୟବହାର ତଥା ସଂରକ୍ଷଣ
ଉଦ୍ଦେଶ୍ୟରେ ନିଜସ୍ୱ ତାପଜ ବିଦ୍ୟୁତ ଉତ୍ପାନ କେନ୍ଦ୍ର, ଆସପଣ୍ଡ ଓ ଇନଟେକ ପମ୍ପ ହାଉସରେ ଗ୍ରହଣ କରାଯାଇଥିବା ପକ୍ଷେପ ତଥା ଶୂନ୍ୟ ନିର୍ଗମନ ବ୍ୟବସ୍ଥା ଏବଂ ବର୍ଷା ଜଳ ସଂଗ୍ରହ ବ୍ୟବସ୍ଥା ଆଦି ବୁଲି ଖେିଥିଲେ ।

ଉତ୍ପାନ ପ୍ରକ୍ରିୟାର ପ୍ରତି ପର୍ଯ୍ୟାୟରେ ଜଳ ସଂରକ୍ଷଣ ନିମନ୍ତେ ନାଲ୍କୋର ଉଦ୍ୟମକୁ ସେ ପ୍ରଂଶସା କରିଥିଲେ ଏବଂ ଏ ଦିଗରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version