Site icon Odisha.com

ସ୍ତନ୍ୟପାନ ଉତ୍ତମ ଶିଶୁ ସ୍ୱାସ୍ଥ୍ୟର ଚାବିକାଠି: ବିଶେଷଜ୍ଞ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ମା କ୍ଷୀର ଯେ ଶିଶୁସ୍ୱାସ୍ଥ୍ୟ ପାଇଁ ସର୍ବୋକୃଷ୍ଟ ଏବଂ ସଂପୂର୍ଣ୍ଣ ପୃଷ୍ଟିକର ଖାଦ୍ୟ ଏହା ଦ୍ରୁତ ସହରୀକରଣ,ବ୍ୟବସାୟୀକରଣ ଓ ଏକବିଂଶ ଶତାଦ୍ଦୀର ଜଟିଳ ଜୀବନଶୈଳୀର ପ୍ରଭାବରେ ଅନେକାଂଶରେ କେବଳ କଥାରେ ସୀମିତ ରହିଯାଇଛି ।

ଭାରତରେ ସ୍ତନ୍ୟପାନ ହାର ଚିନ୍ତାଜନକ ଭାବେ ହ୍ରାସ ପାଉଥିବା ବେଳେ ମା ମାନଙ୍କୁ ଏହାର ଉପକାରିତା ସଂପର୍କରେ ସଚେତନ କରାଇବା ଜରୁରୀ ଆବଶ୍ୟକ ହୋଇପଡ଼ିଛି ।

ନେସଲେ ନ୍ୟୁଟ୍ରିସନ ଇନ୍ଷ୍ଟିଚ୍ୟୁୁଟ୍ ଦ୍ୱାରା ପୁରୀ ତୋଷାଳୀ ସ୍ୟାଣ୍ଡ୍ରେ ରବିବାର ଆୟୋଜିତ କର୍ମଶାଳାରେ ଏହିପରି କେତେକ ବିଷୟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଥିଲା ।

ଡ଼ାକ୍ତର, ବୈଜ୍ଞାନିକ, ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ବହୁ ପ୍ରସିଦ୍ଧ ଗବେଷକ ଯୋଗେଇଥିବା ଏହି “ସ୍ତନ୍ୟ ପାନ- ସ୍ୱର୍ଣ୍ଣ ମାନକ କର୍ମଶାଳା’ ଥିଲା ନେସଲେ ନ୍ୟୁଟ୍ରିସନ ଇନ୍ଷ୍ଟିଚ୍ୟୁୁଟ୍ ଦ୍ୱାରା ସ୍ତନ୍ୟପାନର ଉପାୟେତା ସଂପର୍କରେ କ୍ରମାଗତ ଭାବରେ ଆୟୋଜନ ହୋଇଥିବା ଉଦ୍ୟମ ମଧ୍ୟରେ ଅନ୍ୟତମ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୩ ର ତଥ୍ୟ ଅନୁଯାୟୀ କେବଳ ଶତକଡ଼ା ୪୬ ଭାଗ ଛଅ ମାସରୁ କମ୍ ଆୟୁର ଭାରତୀୟ ଶିଶୁ ସ୍ତନ୍ୟ ପାନ କରୁଛନ୍ତି । ଆହୁରି ଚିନ୍ତାର ବିଷୟ ହେଲା କେବଳ ମାତ୍ର ଶତକଡ଼ା ୨୫ ଭାଗ ଶିଶୁ ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନର ସୁଯୋଗ ପାଉଛନ୍ତି ।

ଠିକ୍ ସେହିଭଳି ଦୁଃଖର ବିଷୟ ହେଲା ଦୁଇ ତୃତୀୟାଂଶ ମହିଳା ନବଜାତ ଶିଶୁଙ୍କୁ ପ୍ରଥମ କସକ୍ଷୀର ପାନ କରିବାକୁ ଦେଇନଥା’ନ୍ତି ।

କର୍ମଶାଳାରେ ବକ୍ତାମାନେ ନବଜାତକ ଏବଂ ଶିଶୁ ମାନଙ୍କୁ ଅତି କମ୍ରେ ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟ ପାନ କରାଇବାର ଜରୁରୀ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଯେଉଁ ଦେଶ ରେ ପାଞ୍ଚ ବର୍ଷରୁ କମ୍ ବୟସରେ ଶିଶୁ ମୃତ୍ୟୁହାର ପ୍ରାୟ ସତୁରୀ ପ୍ରତିଶତ ସେହିଠାରେ ସ୍ତନ୍ୟ ପାନର ଗୁରୁତ୍ୱକୁ ଅଣଦେଖା କରାଯାଇ ନପାରେ ।

ପ୍ରଥମରୁ ସ୍ତନ୍ୟପାନ ଶିଶୁକୁ ସଂକ୍ରାମକ ରୋଗ ଆକ୍ରମଣରୁ ରକ୍ଷା କରିବା ସହିତ ଶିଶୁ ମୃତ୍ୟୁହାରକୁ କମାଇବାରେ ସାହାଯ୍ୟ କରିଥାଏ ।

“ମା’ ମାନେ ତାଙ୍କ ଶିଶୁଙ୍କୁ ଶୈଶବ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ,”ମା’ କ୍ଷୀର ଏତେ ମୂଲ୍ୟବାନ ଏହାକୁ ଅଣଖୋ କରିହେବ ନାହିଁ’’ ଜନସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା ସରକାର ତଥା ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା଼. କାଶୀନାଥ ନାୟକ କହିଛନ୍ତି ।

ସ୍ତନ୍ୟପାନ ଶିଶୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାୟେ । ବିଶେଷଜ୍ଞମାନେ ଏକମତ ଯେ ଅନ୍ୟ କୌଣସି ଖାଦ୍ୟ ମା କ୍ଷୀର ତୁଳନାରେ ସେତେ ପୋଷଣାୟୀ ନୁହେଁ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୁପାରିଶ ଅନୂଯାୟୀ ପ୍ରତ୍ୟେକ ଶିଶୁ ଏକାନ୍ତ ଭାବରେ ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରିବା ଉଚିତ୍ ଏବଂ ପରବର୍ତ୍ତୀ ଛଅ ମାସ ଠାରୁ ୁଇ ବର୍ଷ ପର୍ଯ୍ୟନ୍ତ(ଅନ୍ୟାନ୍ୟ ଖ୍ୟା ସହିତ)ସ୍ତନ୍ୟପାନ ଜାରି ରଖିବା ଉଚିତ ।

“ସ୍ତନ୍ୟପାନ ଜନ୍ମଜାତ ଶିଶୁକୁ ପ୍ରଥମ ଖ୍ୟା ସୁରକ୍ଷା ପ୍ରାନ କରିଥାଏ । ମା କ୍ଷୀର ହେଉଛି ଶିଶୁର ସବୁଠାରୁ ସୁରକ୍ଷିତ, ପ୍ରୂଷଣ ରହିତ ପ୍ରକ୍ରିୟାରେ ପ୍ରସ୍ତୁତ ଉତ୍ତମ ତାପଯୁକ୍ତ ସର୍ବୋକୃଷ୍ଟ ପୋଷଣ । ଏହା ଶିଶୁର ପ୍ରଥମ ଛଅ ମାସ ଅବଧିର ଜୀବନ ପାଇଁ ଆବଶ୍ୟକ ଖଣିଜ ପୋଷକ ତତ୍ୱରେ ପରିପୂର୍ଣ୍ଣ ।

ମା’ କ୍ଷୀରରେ ଆହୁରି ମଧ୍ୟ ଅଛି ପୁଷ୍ଟିସାର ବା ଆଣ୍ଟିବଡ଼ି ଯାହା ବିଭିନ୍ନ ପ୍ରକାର ଅସୁସ୍ଥତାର ପ୍ରତିଶେଧକ ଭାବେ କାମ କରି ଶିଶୁକୁ ରକ୍ଷା କରିଥାଏ । ମା କ୍ଷୀର ଶିଶୁ ମାନଙ୍କୁ ରୋଗ ସଂକ୍ରମଣରୁ ରକ୍ଷା କରେ’’ ସୋସାଇଟି ଫର୍ ନ୍ୟୁଟ୍ରିସନ, ଏଜୁକେଶନ ଆଣ୍ଡ ହେଲ୍ଥ ଏଡ଼ଭାନ୍ସମେଣ୍ଟର ସଭାପତି ତଥା ଫୁଡ଼୍ ଆଣ୍ଡ ଏଗ୍ରିକଲଚରାଲ ଅର୍ଗାନାଇଜେସନ, ଯୁକ୍ତରାଷ୍ଟ୍ର ଆମେରିକାର ବରିଷ୍ଠ ଅଧିକାରୀ ଡ଼ା. ବିପ୍ଲବ ନନ୍ଦୀ କହିଥିଲେ ।

ମା କ୍ଷୀର ଖାଉଥିବା ବାର ବର୍ଷରୁ କମ୍ ବୟସର ଶିଶୁ କ୍ଷୀର ଖାଉନଥିବା ଶିଶୁ ଠାରୁ ଝାଡ଼ାବାନ୍ତି ରୋଗରେ କମ୍ ଆକ୍ରାନ୍ତ ହୁଅନ୍ତି ।

ଏକ ଜନଗଣନା ଭିତ୍ତିକ ଗବେଷଣାରେ ର୍ଶାଯାଇଛି ଯେ, ସ୍ତନ୍ୟପାନଦ୍ୱାରା ଛଅ ମାସରୁ କମ୍ ବୟସର ଶିଶୁ ମାନଙ୍କୁ ବି ଟାଇପ -ଇନ୍ଫ୍ଲୁଏ ଭଳି ରୋଗରୁ ରକ୍ଷା କରିବାରେ ଶକ୍ତି ମିଳିଥାଏ । ସ୍ତନ୍ୟପାନ କରୁନଥିବା ଶିଶୁଙ୍କ ତୁଳନାରେ ସ୍ତନ୍ୟପାନ କରୁଥିବା ଶିଶୁ ଏବଂ ଟୀକା ନେଇଥିବା ଶିଶୁ ମାନଙ୍କର ଆଣ୍ଟିବଡ଼ି ସ୍ତର ଅତ୍ୟନ୍ତ ଉଚ୍ଚ ।

ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ଡ଼ାକ୍ତରୀ ଶିକ୍ଷା ନିର୍ଦ୍ଦେଶକ ଡ଼ା.ସୌମେନ୍ଦ୍ରନାଥ ବାନାର୍ଜୀ କହନ୍ତି, “ସ୍ନାତକ ଏବଂ ସ୍ନାତକୋତ୍ତର ଚିକିତ୍ସା ବ୍ୟିା ପାଠ୍ୟକ୍ରମରେ ଛଅ ମାସ ପର୍ଯ୍ୟନ୍ତ ନବଜାତ ଶିଶୁକୁ ମା କ୍ଷୀର ଏବଂ ଏହାପରେ ଦୁଇ ବର୍ଷ ପର୍ଯ୍ୟନ୍ତ କ୍ଷୀର ସହ ଅତିରିକ୍ତ ଖାଦ୍ୟ ଦିଆଯିବା ସଂପର୍କରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍

ଠିକ୍ ସେହିପରି ସମାଜରେ ମା ମାନଙ୍କ ସଂସ୍ପର୍ଶରେ ଅଧିକ ଆସୁଥିବାରୁ ନର୍ସିଂ ପାଠ୍ୟକ୍ରମରେ ମଧ୍ୟ ଏହା ଉପରେ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ଥିବା ସେ କହିଛନ୍ତି ।

“ରାଜ୍ୟ ସରକାର ଯେ କେବଳ ସ୍ତନ୍ୟପାନ ସଂପର୍କରେ ସଚେତନତା ସୃଷ୍ଟି କରିବେ ତା ନୁହେଁ । ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ୟ ଏଦିଗରେ ଅଧିକ ଆନ୍ତରିକ ଉଦ୍ୟମକରିବା ଉଚିତ୍ । ସମସ୍ତଙ୍କ ମିଳିତ ଉଦ୍ୟମ ହେଲେ ହିଁ ଆମେ ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ଦେଶରେ ରୋକିବାରେ ସକ୍ଷମ ହେବା’’ ସେ କହିଥିଲେ ।

ଉପଯୁକ୍ତ ଶିଶୁ ଖାଦ୍ୟଭ୍ୟାସ କୁ ଉତ୍ସାହିତ କରିବା ହେଉଛି ମୁଖ୍ୟ ପ୍ରାଥମିକତା । ଶେରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ନିମନ୍ତେ ଜନ୍ମପରେ ପ୍ରଥମ ଛଅମାସ ପାଇଁ ଓ ତା’ପରେ ସାମୟିକ ସ୍ତନ୍ୟପାନକୁ ନିୟମିତ କରିବାକୁ ହେବ । ଏଥିପାଇଁ ମା’ର ପୋଷଣର ସ୍ଥିତି ନିୟମିତ କରିବା ହେଉଛି ମୂଳ ପ୍ରାଥମିକତା ।

ମା’ର ସାମଗ୍ରିକ ପୋଷଣକୁନିୟମିତ କରିବାର ଆବଶ୍ୟକତା ଉପରେ କର୍ମଶାଳାର ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଜଣେ ଖାଦ୍ୟ ପରାମର୍ଶଦାତା ଅଥବା ଡ଼ାକ୍ତରଙ୍କ ସାହାଯ୍ୟରେ ଜଣେ ସ୍ତନ୍ୟପାନ କରାଉଥିବା ମା’ ନିଜର ଖାଦ୍ୟ ତାଲିକା ପ୍ରସ୍ତୁତ କରିବା ଉଚିତ୍ । ମା’ ନିଜ ଶିଶୁକୁ ବାରବାର ସ୍ତନ୍ୟପାନ କରାଇବା ସହିତ ଏହାମଧ୍ୟରେ ଏକ ସମନ୍ୱୟ ରକ୍ଷା କରିବା ଉଚିତ୍ ।

ସ୍ତନ୍ୟପାନ କରାଉଥିବା ମା’ ଅତିକମ୍ରେ ୩୦୦ ଅତିରିକ୍ତ କ୍ୟାଲୋରୀ ପ୍ରତ୍ୟେକ ଦିନ ଏବଂ ଏହାସହିତ ପୋଷଣଯୁକ୍ତ ଏବଂ ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍,ବିହାରରେ ସ୍ୱାସ୍ଥ୍ୟସେବା ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଥିବା ଡ଼ା. ଡ଼ି.କେ.ରମଣ ନିଜ ବକ୍ତବ୍ୟରେ କହିଥିଲେ ।

କର୍ମଶାଳାରେ ସଭ୍ୟମାନେ ମତ ଦେଇଥିଲେ ଯେ-ଶିଶୁର ଜନ୍ମପରେ ମା’ର ଦାୟିତ୍ୱ ବଢିଯାଏ । ଶିଶୁର ସର୍ବୋକୃଷ୍ଟ ଯତ୍ନ ନେବା ପାଇଁ ତାକୁ ବହୁ ଉଦ୍ୟମ କରିବାକୁ ପଡ଼ିଥାଏ ।

ତେବେ ସବୁ ମା ବିଭିନ୍ନ କାରଣରୁ ଯଥା ସମୟର ସ୍ୱଳ୍ପତା, ଆର୍ଥିକ ଅକ୍ଷମତା ଯୋଗୁଁ ନିଜ ଶିଶୁର ସମସ୍ତ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ । କିନ୍ତୁ ଇଶ୍ୱର ପ୍ରତ୍ତ ଏକ ଅମୂଲ୍ୟ ଉପହାର ଜଣେ ମା ଶିଶୁକୁ ନିୟମିତ ଭାବରେ ଦେଇ ପାରିବ । ତାହା ହେଲା ସ୍ତନ୍ୟପାନ ।

“ଦୁର୍ଭାଗ୍ୟଯେ ସ୍ତନ୍ୟପାନର ମହତ୍ୱ ସଂପର୍କରେ ମା ମାନଙ୍କୁ ଠିକ୍ ଭାବରେ ସଚେତନ କରାଯାଇ ନଥିବାରୁ ଶିଶୁମାନେ ଉପଯୁକ୍ତ ପୋଷଣରୁ ବଞ୍ଚିତ ହେଉଛନ୍ତି ଓ ତାଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଠିକ୍ ଭାବରେ ହୋଇପାରୁ ନାହିଁ । ଏହାଦ୍ୱାରା ସେମାନଙ୍କର ରୋଗ ପ୍ରତିଶେଧକ ଶକ୍ତି ମଧ୍ୟ ପ୍ରଭାବିତ ହେଉଥିବାରୁ ସେମାନେ ରୋଗ ସଂକ୍ରମଣ ଓ ପୃଷ୍ଟିହୀନତାର ଶିକାର ହେଉଛନ୍ତି ।

ଶିଶୁ ରୋଗ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଏ କ୍ଷେତ୍ରରେ ସାମିଲ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ମାନଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଏକ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ରହିଛି ’’ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡ଼ା.ଶୁଭମୟ ତ୍ତ ଚୌଧୁରୀ କହିଥିଲେ ।

ଦୁର୍ଭାଗ୍ୟବଶତଃ, ବିଗତ ଦୁଇ ଶନ୍ଧୀ ଧରି ଭାରତର ଅର୍ଥନୈତିକ ଅଭିବୃଦ୍ଧି ଶିଶୁ ମାନଙ୍କୁ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଆବଶ୍ୟକ ସହାୟତା ଓ ସାହାଯ୍ୟ ଯୋଗାଇ ପାରିନାହିଁ । ଅନେକ ଗୁଡ଼ିଏ ଆହ୍ୱାନ ଅଛି ଯାହା ଯଥାଶୀଘ୍ର ପୂରଣ କରିବାର ଆବଶ୍ୟକତା ଅଛି ।

ଉପଯୁକ୍ତ ସହାୟତା ଢାଞ୍ଚାର ଅଭାବ, ସ୍ତନ୍ୟପାନର ଲାଭ ସମ୍ବନ୍ଧୀୟ ଲାଭର ସୂଚନାର ଅଭାବ, ନବଜାତକ ଶିଶୁ ମାନଙ୍କର ଖ୍ୟାାଭ୍ୟାସ ସଂପର୍କିତ ପରାମର୍ଶର ଅଭାବ ଇତ୍ୟାଦି ସମସ୍ୟା ଉପରେ ଶୀଘ୍ର ଧ୍ୟାନ ଦେବା ଜରୁରୀ ।

ଏହା ଉପରେ ଧ୍ୟାନ ଦେଇ ସମସ୍ୟାର ଏକ ୀର୍ଘସ୍ଥାୟୀ ସମାଧାନ ବାହାର କରିବା ପାଇଁ ଉ୍ୟମ କରୁଥିବାରୁ ଏନଏନ୍ଆଇକୁ ବକ୍ତାମାନେ ପ୍ରଶଂସା କରିଥିଲେ ।

ବକ୍ତାମାନେ ସମାଜର ପ୍ରତିଟି କ୍ଷେତ୍ରରେ କାର୍ଯ୍ୟରତ ଜନସାଧାରଣ ସେମାନଙ୍କ ଯୋଗାନ ଦେଲେ ଶୀଘ୍ର ଏହାର ଏକ ଦୀର୍ଘସ୍ଥାୟୀ ସମାଧାନ ହେବ ବୋଲି ର୍ଶାଇଥିଲେ ।

ଏନ୍ଏନ୍ଆଇର କର୍ମକର୍ତ୍ତା ଓ କର୍ମଶାଳାରେ ଯୋଗେଇଥିବା ଅନ୍ୟାନ୍ୟ ପ୍ରତିନିଧି ଶେରେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ନିଜ ନିଜର ଅଟଳ ପ୍ରତିବର୍ଦ୍ଧତାକୁ ଦୋହରାଇ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version