Site icon Odisha.com

ସିଣ୍ଡୋଲ ପ୍ରକଳ୍ପ ପୂର୍ବରୁ ଜନଶୁଣାଣି: ଶକ୍ତିମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୩(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶାରେ ପ୍ରସ୍ତାବିତ ସିଣ୍ଡୋଲ ଜଳବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଜନଶୁଣାଣି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଜନଶୁଣାଣି ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ଆରମ୍ଭ ହେବ ନାହିଁ, ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୁଧବାର ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ସିଣ୍ଡୋଲର ତିନୋଟି ୟୁନିଟ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯିବ । ପ୍ରକଳ୍ପ ଦ୍ୱାରା ଯେଭଳି ଅଧିକ ଲୋକ ବିସ୍ଥାପିତ ନହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।

ବିସ୍ଥାପନ ସମସ୍ୟା ଏଡ଼ାଇବାକୁ ସରକାର ବ୍ୟାରେଜର ନିର୍ଦ୍ଧାରିତ ଉଚ୍ଚତା କମାଇବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ଏହା ଉପରେ ଲୋକଙ୍କ ମତାମତ ନିଆଯିବ ବୋଲି ସେ କହିଛନ୍ତି ।

ଜାତୀୟ ଜଳବିଦ୍ୟୁତ ନିଗମ ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁରରେ ୧୦୦ ମେଗାୱାଟ, ସମ୍ବଲପୁରରେ ୧୦୦ ମେଗାୱାଟ ଏବଂ ବୌଦ୍ଧରେ ୧୨୦ ମେଗାୱାଟ ବିଶିଷ୍ଟ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ପାଇଁ ଗତ ମାସ ୨୦ ତାରିଖରେ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ତେବେ ଏହି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହେବା ପରଠାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version