Site icon Odisha.com

ବିରୋଧ ଯୋଗୁଁ ପୋସ୍କୋ ଅଞ୍ଚଳରେ ପୁଣି କାର୍ଯ୍ୟ ବନ୍ଦ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର,ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଗତ ୧୧ଦିନ ଧରି ପୋସ୍କୋ ଅଞ୍ଚଳରେ ଚାଲିଥିବା କଛକଟା ଏବଂ ନିର୍ମାଣ କାର୍ଯ୍ୟ ପୁଣି ବନ୍ଦ ହୋଇଛି ।

ଗଛକଟା ଏବଂ ନିର୍ମାଣ ସ୍ଥଳକୁ ଅଧିକାରୀ ଏବଂ ପୋଲିସ ଯିବା ପୂର୍ବରୁ ଶତାଧିକ ଲୋକ ଓ ମହିଳାମାନେ ବୁଧବାର ଗଡ଼କୁଜଙ୍ଗ ସୀମାରେ ବସି ରହିଥିଲେ । ଫଳରେ ଅଧିକାରୀମାନେ ସେଠାରୁ ଫେରି ଆସିଥିଲେ ।

ଛଅ ଦଫା ଦାବି ସଂପର୍କରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ନିଷ୍ପତ୍ତି ନେଇନଥିବା ବେଳେ ଆର୍ଡ଼ିସିଙ୍କୁ ବଳି କରାଯାଇଛି । ତାଙ୍କ ସ୍ଥାନରେ ଯିଏ ନୂଅାଁ ଅଫିସର ଆସିବେ ଲୋକଙ୍କ ସମସ୍ୟା ଜାଣିବାକୁ ତାଙ୍କୁ ବହୁ ସମୟ ଲାଗିବ ।

ତେଣୁ ଦାବି ପୂରଣ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ପର୍ଯ୍ୟନ୍ତ ଆର୍ଡ଼ିସିଙ୍କ ବଳି ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ଏ ଦିଗରେ ସରକାର କୌଣସି ପକ୍ଷେପ ନନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ସଂପୃକ୍ତ ଅଞ୍ଚଳକୁ କୌଣସି ଅଧିକାରୀ କିମ୍ବା ପୋଲିସଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଲୋକମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version