Site icon Odisha.com

ମହାଶ୍ୱେତା, ସାଧୁ ମେହେରଙ୍କୁ ଜୟଦେବ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୦୮-୦୯ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ ଏବଂ ବିଶିଷ୍ଟ ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ଜୟବେ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ଘୋଷଣା କରିଛନ୍ତି । ପୁରସ୍କାର ବାବରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

“ଜୀଅନ୍ତା ଭୂତ’ ଏବଂ “ସାତସୁରେ ବନ୍ଧା ଏଜୀବନ’ ଚଳଚ୍ଚିତ୍ରକୁ ଶ୍ରେଷ୍ଟ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଥିବା ବେଳେ “ଜୀଅନ୍ତା ଭୂତ’ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ୨୦୦୮ ପାଇଁ ଏବଂ “ପାଗଳ କରିଛି ପାଉଁଜି ତୋର’ର ନିର୍ଦ୍ଦେଶକ ସଂଜୟ ନାୟକଙ୍କୁ ୨୦୦୯ ପାଇଁ ଶେଷ୍ଟ୍ର ନିର୍ଦ୍ଦେଶକ ଭାବେ ଚୟନ କରାଯାଇଛି ।

ସେହିପରି ୨୦୦୮ର ଶ୍ରେଷ୍ଠ ଅଭିନେତା ଭାବେ କଳିଙ୍ଗ ପୁତ୍ର ଚଳଚ୍ଚିତ୍ରର ଆକାଶ ।ସନାୟକ, ଅଭିନେତ୍ରୀ ଭାବେ ରାଲି ନନ୍ଦ, ପାଶ୍ୱର୍ ଅଭିନେତା ଭାବେ ସତ୍ୟମେବ ଚଳଚ୍ଚିତ୍ରର ବିଜୟ ମହାନ୍ତି, ପାଶ୍ୱର୍ ଅଭିନେତ୍ରୀ ଭାବେ ହସିବ ପୁଣି ମୋ ସୁନା ସଂସାରର ଅପରାଜିତା ମହାନ୍ତିଙ୍କୁ ପୁରସ୍କୃତ କରାଯିବ ।

୨୦୦୯ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ “ଆକାଶେ କି ରଙ୍ଗ ଲାଗିଲା’ ଚଳଚ୍ଚିତ୍ରର ଅନୁଭବ ମହାନ୍ତି, ଅଭିନେତ୍ରୀ ଭାବେ “ପାଗଳ କରିଛି ପାଉଁଜି ତୋର’ର ଅର୍ଚ୍ଚିତା ସାହୁ, ପାଶ୍ୱର୍ ଅଭିନେତା ଭାବେ “ଅଭିମନ୍ୟୁ ‘ର ମିହିର ଦାସ, ପାଶ୍ୱର୍ ଅଭିନେତ୍ରୀ ଭାବେ “ସୁନା ଚଢେଇ ମୋ ରୂପା ଚଢେଇ’ର ମଧୁସ୍ମିତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

ଆସନ୍ତା ୯ ତାରିଖରେ ଅନୁଷ୍ଠିତ ଏକବିଂଶତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ

Exit mobile version