Site icon Odisha.com

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ଅଧିକ ତଦନ୍ତ ନିର୍ଦ୍ଦେଶ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ଅଧିକ ତଦନ୍ତ କରିବାକୁ ହାଇକୋର୍ଟ ଗୁରୁବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିବା ସହ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ କୋର୍ଟ କହିଥିବା ଓକିଲ ସତ୍ୟବ୍ରତ ମହାନ୍ତି ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ତଦନ୍ତ ସମୟରେ ବିଭିନ୍ନ ଅନିୟମିତତା ହୋଇଥିବା ଦର୍ଶାଇ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ମାଧବ ଚୈତନ୍ୟ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ଠିକ୍ ସେହିପରି ଉପଲବ୍ଧ ଥିବା ସାକ୍ଷ୍ୟ ପ୍ରମାଣକୁ ତଦନ୍ତରେ ସାମିଲ କରାଯାଇନଥିବା ଦର୍ଶାଇ ବିଶ୍ୱହିନ୍ଦୁ ପରିଷଦ ନେତା ଦୁର୍ଗା ପ୍ରସାଦ କର ଏକ ଅତିରିକ୍ତ ପିଟିସନ ଦାଖଲ କରିଥିଲେ ।

ଗତ ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲା ଜଳେଶପଟା ଆଶ୍ରମରେ କେତେକ ଦୁର୍ବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କୁ ହତ୍ୟା କରିଥିଲେ ।

ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୧୪ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version