Site icon Odisha.com

ନାଲ୍କୋ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲାର ଉତ୍କଳ ଇ-କୋଲ ପ୍ରକଳ୍ପ ଅନ୍ତର୍ଗତ ଗ୍ରାମ ଗୁଡିକରେ ବାସ କରୁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉଦ୍ଦେଶରେ ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ କରାଯାଇଛି ।

ଭାରତ ସରକାରଙ୍କ ଆଲିମ୍କୋ ଓ ଭିଆର୍ସି ସହାୟତାରେ ଛେଣ୍ଡିପା ବ୍ଲକ ଅନ୍ତର୍ଗତ କୋରଡା ଗ୍ରାମରେ ଗୁରୁବାରଦିନ ଏକ ଉପକରଣ ବିତରଣ ଶିବିର ଆୟୋଜିତ ହୋଇଥିଲା । ଏକ ସ୍ୱାବଲମ୍ବୀ ଜୀବନ ଅତିବାହିତ କରିବାକୁ ଚାହୁଁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରେ ଏହି ପକ୍ଷେପ ଏକ ନୂତନ ଆଶାର ସଞ୍ଚାର କରିଛି ।

ଏହି ଅବସରରେ, ନାଣ୍ଡିଛୋଡ଼, ଗୋପୀନାଥପୁର, କୋରଡା ଓ କୋଶଳା ଗ୍ରାମର ୧୯ ଜଣ ଚିହ୍ନିତ ଭିନ୍ନକ୍ଷମଙ୍କୁ ଟ୍ରାଇ-ସାଇକଲ, ରୋଲେଟର, ଶ୍ରବଣ ଯନ୍ତ୍ର ଓ ଧଳାବାଡି ଆଦି ପ୍ରଦାନ କରାଯାଇଥିଲା । ଏହି ବ୍ୟକ୍ତିମାନଙ୍କୁ ଜୁନ ୨ରେ ଆୟୋଜିତ ଏକ ଶିବିରରେ ଚିହ୍ନଟ କରାଯାଇଥିଲା ।

ନାଲ୍କୋ ଫାଉଣ୍ଡେସନ୍ ପକ୍ଷରୁ ପ୍ରୋଜେକ୍ଟ ମ୍ୟାନେଜର ଶବାନା ପରୱିନଙ୍କ ଦ୍ୱାରାପରିଚାଳିତ ଏହି ଶିବିରରେ କୋରଡା ଗ୍ରାମର ସରପଞ୍ଚ ହେମନ୍ତ ବେହେରାଙ୍କ ସହିତ ଡିଜିଏମ ଏଲ୍.ଏମ୍. ସାହୁ ଏବଂ ଜି.ଏସ୍. ମହାପାତ୍ର ଉପକରଣଗୁଡିକ ବିତରଣ କରିଥିଲେ ।

ଏହି ଅବସରରେ ଚାରି ଜଣ ଭିନ୍ନକ୍ଷମ ବ୍ୟକ୍ତି ଭିଆର୍ସି ପକ୍ଷରୁ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ଧନ୍ଦାମୂଳକ ପ୍ରଶିକ୍ଷଣ ଲାଭ କରିବାକୁ ସହମତି ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍
ଦାରଣ ମାନରେ ଉନ୍ନତି ଆଣିବା ଉଦ୍ଦେଶରେ ନାଲ୍କୋ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ଉପକରଣ ବିତରଣ କରାଯାଇଛି ।

Exit mobile version