Site icon Odisha.com

ରାଜ୍ୟରେ ୨୯ଜଣ ଡ଼େଙ୍ଗୁରେ ଆକ୍ରାନ୍ତ: ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୧ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୯ ଜଣ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ।

ଏହା ମଧ୍ୟରୁ ଅନୁଗୁଳ ଜିଲ୍ଲାର ୩୪ ମଧ୍ୟରୁ ୨୪ ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାର ଜଣେ ଏବଂ ସୁନ୍ଦରଗଡ ଜିଲ୍ଲାର ୬ ଜଣଙ୍କ ମଧ୍ୟରୁ ୪ ଜଣ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ସୁନ୍ଦରଗଡ ଜିଲ୍ଲାର ଏହି ୬ ଜଣଙ୍କର ଗତମାସରେ ରକ୍ତ ନମୂନା ପରୀକ୍ଷା ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ କେହି ମୃତ୍ୟୁବରଣ କରିଥିବା ଜଣାପଡି ନାହିଁ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ସାହୁ ଏବଂ ଉପନିର୍ଦ୍ଦେଶକ( ମ୍ୟାଲେରିଆ ) ଡାଃ ମନ ମୋହନ ପ୍ରଧାନଙ୍କୁ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଶନିବାର ଅନୁଗୁଳ ପଠାଯାଇଛି ।

ରାଜ୍ୟରେ ପ୍ରଥମେ ୨୦୦୬ରେ ଡେଙ୍ଗୁ ଚିହ୍ନଟ ହୋଇଥିଲା । ସେତେବେଳେ ଆକ୍ରନ୍ତ ହୋଇଥିବା ସନ୍ଦେହରେ ୧୦୪ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇ ଜଣେ ଆକ୍ରାନ୍ତ ଥିବା ଜଣାପଡିଥିଲା ।

ସେହିପରି ୨୦୦୭ରେ ୩୯୯ ଜଣଙ୍କର , ୨୦୦୮ରେ ୨୩୮ ଜଣଙ୍କର ଏବଂ ୨୦୦୯ରେ ୪୧ ଜଣଙ୍କର ଏବଂ ୨୦୧୦ରେ ୧୬୧ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇ ୨୯ ଜଣ ଆକ୍ରାନ୍ତ ଥିବା ଜଣା ପଡିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version