Site icon Odisha.com

ସିଣ୍ଡୋଲ ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡ଼ାକରା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅଗଷ୍ଟ ୯(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶାରେ ହେବାକୁ ଥିବା ସିଣ୍ଡୋଲ ଜଳ ବିଦ୍ୟୁତ ପ୍ରକଳ୍ପକୁ ବିରୋଧ କରି ମଙ୍ଗଳବାର ଦୁଇଟି ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି ।

କୋଶଳ କ୍ରାନ୍ତି ଦଳ ଏବଂ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇ ଥିବା ବେଳେ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ସଂପୃକ୍ତ ଜିଲ୍ଲାରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବ୍ୟାଙ୍କ ଇତ୍ୟାଦି ବନ୍ଦ ରହିଛି । ଲୋକମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ରେଢାଖୋଲ ଓ ସମ୍ବଲପୁର ମଧ୍ୟରେ ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି ।

ଗତ ମାସରେ ଜାତୀୟ ଜଳବିଦ୍ୟୁତ ନିଗମ ସମ୍ବଲପୁରରେ ୧୦୦ ମେଗାୱାଟ, ସୋନପୁରରେ ୧୦୦ ମେଗାୱାଟ ଏବଂ ବୌଦ୍ଧରେ ୧୨୦ ମେଗାୱାଟର ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ପାଇଁ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ଏହି ପ୍ରକଳ୍ପ ପାଇଁ କୌଣସି ଲୋକ ବିସ୍ଥାପିତ ହେବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏହାକୁ ଲୋକମାନେ ବିରୋଧ କରୁଥିବାରୁ ସଂପୃକ୍ତ ଅଞ୍ଚଳରେ ଜନଶୁଣାଣି କରାଯିବ ବୋଲି କୁହାଯାଇଛି ।

ତେବେ ସରକାରଙ୍କ ଏଭଳି ଯୁକ୍ତିକୁ ଲୋକମାନେ ଗ୍ରହଣ କରୁନାହାନ୍ତି ।

ସରକାର ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଉଚିତ୍ । ପ୍ରକଳ୍ପ ଗୁଡ଼ିକ ବିରୋଧର ସଌଗ୍ଦଙ୍କକ୍ଟ୍ର୧;ୁଖିନ ହେଉଥିବା ବେଳେ ସରକାର କାହିଁକି ଜନଶୁଣାଣି କରୁନାହାନ୍ତି ବୋଲି ଜଣେ ଆନ୍ଦୋଳନକାରୀ କହିଛନ୍ତି ।

ଏହି ପ୍ରକଳ୍ପ ଯୋଗୁଁ ୧୧୮ଟି ଗ୍ରାମ ସଂପୂର୍ଣ୍ଣ କିମ୍ବା ଆଶିଂକ ପ୍ରଭାବିତ ହେବ ଏବଂ ଏହା ସ୍ଥାନୀୟ ଲୋକଙ୍କୁ ୁର୍ଦ୍ଦଶା ମଧ୍ୟକୁ ଟାଣି ଆଣିବ ବୋଲି ପ୍ରକଳ୍ପ ବିରୋଧୀମାନେ କହିଛନ୍ତି ।

ପ୍ରକଳ୍ପ ୍ୱାରା ସମ୍ବଲପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ହୁମା ମନ୍ଦିର ସମେତ ବହୁତ ମନ୍ଦର ମଧ୍ୟ ପାଣିରେ ମିଶିଯିବ ବୋଲି ଲୋକମାନେ ଆଶଂକା କରୁଛନ୍ତି ।

ଅତୀତରେ ଲୋକମାନେ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ ତେଣୁ ସରକାର କାହିଁକି ପୁଣି ଏହାର ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version