• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଦଳୀ ମଞ୍ଜା କଟଲେଟ୍

August 12, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

କଦଳୀ ମଞ୍ଜା- ଏକ ଖଣ୍ଡ , ଆଳୁ-୨ଟା(ବଡ), ପିଆଜ-୨ଟା(ଛୋଟ), ରସୁଣ କଟା- ୧ ଚାମଚ(ଛୋଟ), ଅଦା କଟା-୧ ଚାମଚ(ଛୋଟ), କଞ୍ଚାଲଙ୍କା କଟା-୧ଚାମଚ(ଛୋଟ), କଟା ଧନିଆ ପତ୍ର-ଅଳ୍ପକିଛି , ଅଟା-୨ ଚାମଚ(ବଡ), ଗରମ ମସଲା ଗୁଣ୍ଡ-୧୧/୨ ଚାମଚ(ଛୋଟ), ରିଫାଇନ୍ ତେଲ- ୪ ଚାମଚ(ବଡ), ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

କଦଳୀ ମଞ୍ଜାକୁ ଚୁନା ଚୁନା କରି କାଟି ରଖନ୍ତୁ । ସେଥିରେ ଅଳ୍ପ ଲୁଣ ପକାଇ ଚକଟି ପାଣି ନିଗାଡି ଭଲ ଭାବରେ ଧୋଇ ରଖନ୍ତୁ । ଆଳୁକୁ ସିଝାଇ ଚକଟି ରଖନ୍ତୁ । କଟା ମଞ୍ଜାକୁ ପ୍ରେସର କୁକରରେ ସିଝାଇ ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ ।

କଡାଇରେ ଅଳ୍ପ ତେଲ ଦେଇ ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ । ବର୍ତ୍ତମାନ ସିଝାଇ ରଖିଥିବା ମଞ୍ଜାକୁ ସେଥିରେ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ ।

ଗୋଟିଏ ପ୍ଲେଟ୍ ରେ ମଞ୍ଜାକୁ କାଢନ୍ତୁ । ସେଥିରେ ସିଝା ଆଳୁ, କଟା ଧନିଆପତ୍ର, ଗରମ ମସଲ ଗୁଣ୍ଡ, ଅଟା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ । ମଞ୍ଜା ଓ ଆଳୁର ମିଶ୍ରଣକୁ କଟଲେଟ୍ ଆକାରରେ ଗଢି ରଖନ୍ତୁ । ତାୱା ଗରମ କରି ସେଥିରେ କଟଲେଟ୍ ଗୁଡିକୁ ଅଳ୍ପ ତେଲ ଦେଇ ଦୁଇ କଡ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଚଟଣି କିମ୍ବା ସସ୍ ସହିତ ପରିବେଷଣ କରନ୍ତୁ ମଞ୍ଜା କଟଲେଟ୍  ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: "କଦଳୀ ମଞ୍ଜା କଟଲେଟ୍", ଆମ ରୋସେଇ ଘରୁ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version