• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

‘ଚିକେନ୍ ନିଳାଦ୍ରି’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

September 22, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଲେଗ ପିସ୍ ଚିକେନ୍-୫୦୦ ଗ୍ରାମ, କଟା ଅଦା-୨ ଚାମଚ(ଛୋଟ), କଟା ରସୁଣ- ୨ ଚାମଚ(ଛୋଟ), କଟା କଞ୍ଚାଲଙ୍କା-୨ ଚାମଚ, ପିଆଜ ୨ଟା(ବଡ଼), ଟମାଟୋ ପ୍ୟୁରି-୪ ଚାମଚ(ବଡ଼), ଧନିଆ ପତ୍ର-୧ ବିଡ଼ା, ପୋଦିନା ପତ୍ର- ୧ବିଡ଼ା, ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ), ଜିରାଗୁଣ୍ଡ- ୧ ଚାମଚ, କଶୋରୀ ମେଥି- ୧ ଚାମଚ(ଛୋଟ), ହି-୨/୩ ଚାମଚ(ବଡ଼), କ୍ରିମ୍-୨ ଚାମଚ(ବଡ଼), ଗରମ ମସଲା ଗୁଣ୍ଡ-ଢେ ଚାମଚ(ଛୋଟ), ରିଫାଇନ ତେଲ-୪ ଚାମଚ, ସ୍ୱାଦ ଅନୁସାରେ ଲୁଣ, ଲେମ୍ବୁ ରସ- ୨ ଚାମଚ(ଛୋଟ) ।

ପ୍ରସ୍ତୁତ ପ୍ରଣାଳୀ:

ଲେଗ ପିସ୍ ଚିକେନକୁ ଭଲ ଭାବରେ ଧୋଇ ଲୁଣ ଓ ଲେମ୍ବୁ ରସ ଗୋଳାଇ ଅଧଘଣ୍ଟା ରଖନ୍ତୁ। ଚିକେନରେ ଦୁଇ ତିନି ଚାମଚ ମଇଦା ଗୋଳାଇ ତେଲରେ ଛାଣି ରଖନ୍ତୁ । ପିଆଜକୁ ଚୁନା ଚୁନା କରି କାଟି ରଖନ୍ତୁ ।

ଧନିଆ ପତ୍ର ଓ ପୋଦିନା ପତ୍ରକୁ ଧୋଇ ଗ୍ରାଇଣ୍ଡରରେ ବାଟି ରଖନ୍ତୁ । କଡ଼ାଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ । ପିଆଜ ଭାଜି ହୋଇ ଆସିଲେ କଟା ରସୁଣ, କଟା ଅଦା ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ । ବର୍ତ୍ତମାନ ଟମାଟୋ ପ୍ୟୁରି ପକାଇ ଅଳ୍ପ ସମୟ ଘାଣ୍ଟନ୍ତୁ ।

ବର୍ତ୍ତମାନ ବାଟି ରଖିଥିବା ପୋଦିନା ଓ ଧନିଆ ପତ୍ରର ବଟା ପକାନ୍ତୁ । ଅଳ୍ପ ସମୟ ଘାଣ୍ଟି ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଓ କଶୋରୀ ମେଥି ପକାଇ ଭଲ ଭାବରେ ଗୋଳାନ୍ତୁ ।

୫/୧୦ ମିନିଟ ପରେ ଦୁଇ ତିନି ଚାମଚ ହି ପକାଇ ଧିରେ ଧିରେ ଘାଣ୍ଟନ୍ତୁ । ପୂର୍ବରୁ ଛାଣି ରଖିଥିବା ଚିକେନ୍ ଖଣ୍ଡ ପକାନ୍ତୁ ।

ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଧିମି ଆଞ୍ଚରେ ପାଞ୍ଚ ମିନିଟ ରାନ୍ଧନ୍ତୁ । ଶେଷରେ କ୍ରିମ୍ ଓ ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ଚୁଲିରୁ ଓହ୍ଲାଇ ରୁଟି କିମ୍ବା ନାନ୍ ସହିତ ପରଷନ୍ତୁ ଚିକେନ୍ ନିଳାଦ୍ରି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: "ଚିକେନ୍ ନିଳାଦ୍ରି", ଆମ ରୋସେଇ ଘରୁ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version