Site icon Odisha.com

“ବନ୍ଧା କୋବି ପକୁଡ଼ି” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

କଟା ବନ୍ଧାକୋବି-୨,ପିଆଜ-୧ଟା(ବଡ଼), କଟା ଧନିଆପତ୍ର ଅଳ୍ପକିଛ, କଟା କଞ୍ଚା ଲଙ୍କା -୨ ଚାମଚ(ଛୋଟ), କଟା ଅଦା-୨ ଚାମଚ(ଛୋଟ),ମଇଦା-୧/୨ କପ୍, କିର୍ଣ୍ଣେଫ୍ଲୋର-୨ ଚାମଜ(ବଡ଼),ସ୍ୱାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

ବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପିଆଜ, ଅଦା ଓ କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ବଡ଼ ପାତ୍ରରେ କଟା ବନ୍ଧା କୋବି, ପିଆଜ କଟା, ଅଦା କଟା, କଞ୍ଚାଲଙ୍କା ଏକାଠି ନିଅନ୍ତୁ ।

 

ବର୍ତ୍ତମାନ ଏଥିରେ ମଇଦା ଓ କର୍ଣ୍ଣଫ୍ଲୋର ପକାଇ ସ୍ୱାଦ ଅନୁସାରେ ଲୁଣ ଓ କଟା ଧନିଆପତ୍ର ପକାଇ ଭଲଭାବରେ ଗୋଳାନ୍ତୁ ।

ଏଥିରେ ପାଣି ଦିଅନ୍ତୁ ନାହିଁ, କାରଣ ବନ୍ଧା କୋବିରେ ଲୁଣ ପକାଇଲେ ଏଥିରୁ ପାଣି ବାହାରି ଥାଏ । ଏହିମିଶ୍ରଣକୁ ଭଲ ଭାବରେ ଗୋଳାଇ ରଖନ୍ତୁ ।

କଡ଼େଇରେ ତେଲ ଗରମ କରି ଏହାକୁ ପକୁଡ଼ି କିମ୍ବା ପିଆଜି ଆକାରରେ ଛାଣି ରଖନ୍ତୁ । ଗରମ ଗରମ ସସ୍ସହିତ ପରିବେଷଣ କରନ୍ତୁ ବନ୍ଧାକୋବି ପକୁଡ଼ି ।

ଓଡ଼ିଶା ଡ଼ଟ୍ କମ୍

 

 

Exit mobile version