Site icon Odisha.com

ଆଗାମୀ ତିନି ବର୍ଷରେ ଗ୍ରାମାଞ୍ଚଳରେ ୪୦୦ ସେତୁ ନିର୍ମାଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୯(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ତିନି ବର୍ଷରେ ଗ୍ରାମାଞ୍ଚଳରେ ୪୦୦ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜୁ ସେତୁ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ।

ରାସ୍ତା ଓ ସେତୁ କେବଳ ଯୋଗାଯୋଗ ବ୍ୟବସ୍ଥାର ଏକ ମାଧ୍ୟମ ନୁହେଁ, ବସ୍ତୁ ଓ ସେବାର ମାର୍କେଟିଂ ପାଇଁ ମଧ୍ୟ ଏହା ସହାୟକ ହୁଏ । ଯୋଗାଯୋଗ ବ୍ୟବସ୍ଥା ଦାର୍ରି୍ୟ ଦୂରୀକରଣରେ  ସହାୟକ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗାଁ ଗୁଡ଼ିକୁ ସେତୁ ଦ୍ୱାରାସଂଯୋଗ କରାଯାଇ ପାରିଲେ ଚାଷୀ ଭାଇମାନେ ସେମାନଙ୍କ କୃଷି ଜାତଦ୍ରବ୍ୟ ପାଇଁ  ଭଲ ବଜାର ପାଇପାରିବେ । ପିଲାମାନେ ଭଲ ଶିକ୍ଷାନୁଷ୍ଠାନକୁ ଯାଇ ପାରିବେ ଏବଂ ସର୍ବୋପରି ସାଧାରଣ  ଜନତା, ମହିଳାମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ତେଣୁ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଏହି ଯୋଜନା ଆରମ୍ଭ  କରାଯାଇଛି ।

ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଜୁବାବୁ ଯେଉଁ ସ୍ୱପ୍ନ ଖେୁଥିଲେ ଏହି ଯୋଜନା ତାକୁ ପୂରଣ କରିବା ଦିଗରେ ସହାୟକ ହେବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version