Site icon Odisha.com

ଦୃଷ୍ଟିହୀନ କ୍ରିକେଟ୍ ଖେଳାଳିଙ୍କ ବିଶେ ଯିବାରେ ଅର୍ଥ ବାଧକ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅକ୍ଟୋବର ୧୬(ଓଡ଼ିଶା ଡ଼ଟ୍ କମ୍) ଦୃଷ୍ଟିହୀନଙ୍କ ପାଇଁ ଘୋଷିତ ଜାତୀୟ କ୍ରିକେଟ ଳରେ ବରଗଡ଼ ଜିଲ୍ଲାର ପଙ୍କଜ ଭୋଇ ସ୍ଥାନ ପାଇଥିବା ବେଳେ ସେ ଭାରତୀୟ ଦଳ ସହ ବିଦେଶ ଯିବାରେ ଅର୍ଥ ବାଧକ ସାଜିଛି ।

ଫୁଲାପାଲି ଗ୍ରାମର ପଙ୍କଜ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ଅର୍ଥାଭାବ ଯୋଗୁଁ ଏତେ ବଡ଼ ସୁଯୋଗରୁ ବଞ୍ଚିତ ହେବା ନେଇ ଆଶା ଓ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି ।

ତାଙ୍କ ପାଇଁ ସହପାଠୀ ଓ ଶିକ୍ଷକମାନେ ନିଜ ନିଜ ମଧ୍ୟରେ ଅର୍ଥ ସଂଗ୍ରହ କରୁଛନ୍ତି ।

ପଙ୍କଜଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆର୍ଥିକ ବ୍ୟବସ୍ଥା ହୋଇନଥିବା ଜିଲ୍ଲା ଅକ୍ଷମ କ୍ରୀଡ଼ା ସଂଘର ସଂପାଦକ ଦେବେକ ଆଚାର୍ଯ୍ୟ କହିଛନ୍ତି ।

ପାକିସ୍ଥାନ ଯ।ଇ ଭାରତର ଗୌରବ ଆଣିବା ଆଶାରେ ପଙ୍କଜ ପ୍ରତିିଦିନ ଅଭ୍ୟାସ ଜାରି ରଖିଛନ୍ତି । ସେ ପୂର୍ବରୁ ମଧ୍ୟ ସର୍ବଭାରତୀୟ ସ୍ତରରେ ବହୁ ସୁନାମ ଅର୍ଜନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version