Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ସହ ଗ୍ରୀଡ଼ କର୍ପୋରେସନ ଅଧ୍ୟକ୍ଷଙ୍କ ଆଲୋଚନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୫(ଓଡ଼ିଶା ଡ଼ଟ୍ କମ୍) ପାୱାର ଗ୍ରୀଡ଼ କର୍ପୋରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଆର୍.ଏନ୍ ନାୟକ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ ସଂପର୍କରେ ଆଲୋଚନା କରିଛନ୍ତି ।

ରାଜ୍ୟରେ ଚାଲିଥିବା ରାଜୀବ ଗାନ୍ଧୀ ଗ୍ରାମିଣ ବିଦ୍ୟୁତ ିକରଣ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଆଲୋଚନା ସୟମରେ ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା କାମ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ କରାଯିବ ବୋଲି ନାୟକ ପ୍ରତିଶୃତି ଦେଇଛନ୍ତି ।

ଏହି ଅବସରରେ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଓଟିପିଏଲ୍ ଏବଂ ପାୱାର ଗ୍ରୀଡ଼ ମଧ୍ୟରେ ଏକ ଯୁଗ୍ମ ଉଦ୍ୟୋୟାଗ ସଂପର୍କରେ ଆଲୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉନ୍ନତ ମାନର ଟ୍ରାନ୍ସମିସନ ଲାଇନ ବିଦ୍ୟୁତ ଷ୍ଟେସନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇପାରିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version