Site icon Odisha.com

ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍

ଦୀପକ ପୂଜାରୀଙ୍କ ଠାରୁ

ମୁମ୍ବାଇ, ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ମୁମ୍ବାଇ ସ୍ଥିତ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ଧୁମ୍ଧାମ୍ରେ ନୂଅାଁଖାଇ ଭେଟ୍ଘାଟ୍-୨୦୧୧ ଅନୁଷ୍ଠିତ ହୋଇଯାଇଛି ।

କ୍ୟାଥୋଲିକ୍ ଜିମ୍ଖାନା ଠାରେ ରବିବାର ଆୟୋଜିତ ଭେଟ୍ଘାଟ୍ରେ ପ୍ରାୟ ଦୁଇ ଶହରୁ ଉଦ୍ଧ୍ୱର୍ ଲୋକ ଅଂଶ ଗ୍ରହଣ କରିଥିଲେ ।

ଏହି ଅବସରରେ ମାଁ ସମଲେଇଙ୍କ ପୂଜା ସହ ପରିଚୟ ପ୍ରଦାନ, କୁଇଜ୍, ଗୀତ ଏବଂ ନୃତ୍ୟର ଆୟୋଜନ କରାଯାଇଥିଲା ।

ଗୁରୁ ରଣଜିତ ନାଗ ଏବଂ କ୍ରିଷ୍ଣା ପଟେଲଙ୍କ ନେତୃତ୍ୱରେ ସମ୍ବଲପୁର କଳାପରିଷର କଳାକାରମାନେ ନୃତ୍ୟ  ଗୀତରେ ଉପସ୍ଥିତ ଅତିଥିଙ୍କ ମନ ମୋହିଥିଲେ । ଯୁବ କଳାକାରମାନେ ଢୋଲ ନିଶାନ ସହ ଲୋକନୃତ୍ୟ  ପରିବେଷଣ କରିଥିଲେ ।

ରିଜର୍ଭ ବ୍ୟାଙ୍କର ଡ଼େପୁଟି ଗଭର୍ଣ୍ଣର ହରୁନ ରସି୍ ଖାନ୍ ଏବଂ ତାଙ୍କ ପତ୍ନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକନୃତ୍ୟକୁ ପ୍ରଶାଂସା କରିଥିଲେ ।

ପଞ୍ଚମ ଥର ପାଇଁ ଆୟୋଜିତ କରାଯାଇଥିବା ଏହି ଭେଟ୍ଘାଟ୍ରେ ଲୋକପ୍ରିୟ ଓଡ଼ିଆ ଚଳଚ୍ଛିତ୍ର କଳାକାର ସୁନୀଲ କୁମାର ମଧ୍ୟ ଏଥିରେ ଯୋଗ ଦେଇ ରଙ୍ଗବତୀ ଗୀତର ତାଳେତାଳେ ନୃତ୍ୟ କରିଥିଲେ ।

ଅସୁସ୍ଥ ସତ୍ୱେ ଏହି ପରିବାରର ବରିଷ୍ଠ ସସ୍ୟ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ଏବଂ  ନିର୍ଦ୍ଦେଶକ ସାଧୁ ମେହେର ମଧ୍ୟ ଏଥିରେ ଯୋଗ ଦେଇଥିଲେ । ନିକଟରେ ଓଡ଼ିଶା ସରକାର ତାଙ୍କୁ ଜୟଦେବ  ପୁରସ୍କାର ପ୍ରଦାନ କରିଥିବାରୁ ଆୟୋଜକଙ୍କ ପକ୍ଷରୁ ମୁଖ୍ୟ ଅତିଥି ମେହେରଙ୍କୁ ସମ୍ମାନୀତ କରିଥିଲେ ।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲେଖକ ତଥା ଉକ୍ତ ପରିବାରର ସଦସ୍ୟଙ୍କ ଦ୍ୱାରାରଚିତ ସ୍ମରଣିକା “”ଜୁହାର”କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇର ପରବର୍ତ୍ତୀ କାର୍ଯ୍ୟକ୍ରମ ପୁଶ୍ପୁନି ୨୦୧୨ ବୋଲି ଘୋଷଣା କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version