Site icon Odisha.com

ରାଷ୍ଟ୍ରପତିଙ୍କ ଦ୍ୱାରାସୁଦର୍ଶନ ପଟ୍ଟନାୟକ ସମ୍ବର୍ଦ୍ଧିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଜୁନ୍ ୩(ଓଡ଼ିଶା ଡ଼ଟ୍ କମ୍) ନାଲ୍କୋ ବ୍ରାଣ୍ଡ ଆମ୍ବାସଡର ତଥା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବାଲୁକା କଳା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତି ପ୍ରତିଭା ପାଟିଲରାଷ୍ଟ୍ରପତି ଭବନଠାରେ ସମ୍ବର୍ଦ୍ଧିତ କରିଛନ୍ତି ।

ନିକଟରେ ମସ୍କୋ ଠାରେ ଅନୁଷ୍ଠିତ ତୃତୀୟ ବିଶ୍ୱ ବାଲୁକା କଳା ଚାମ୍ପିଅନସିପରେ ଜନତାଙ୍କ ପସନ୍ଦ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଯେଉଁ ବାଲୁକା କଳାକୃତି ପାଇଁ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା, ସେହି କଳାକୃତିର ଚିତ୍ର ପଟ୍ଟନାୟକ ପାଟିଲଙ୍କୁ ପ୍ରଦାନ କରିଥିଲେ ।

ନାଲକୋର ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ମସ୍କୋଠାରେ ଏହି ମର୍ଯ୍ୟ।ଦା ସମ୍ପନ୍ନ ପୁରସ୍କାର ଲାଭ କରିବା ପରେ ସୁଦର୍ଶନ, କେନ୍ଦ୍ର ସଂସ୍କୃତି ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ କୁମାରୀ ଶୈଲଜାଙ୍କ ଦ୍ୱାରାମଧ୍ୟ ନୂଆଦିଲ୍ଲୀ ଠାରେ ସମ୍ବର୍ଦ୍ଧିତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version