Site icon Odisha.com

ଆଶା ଭୋଁସ୍ଲେଙ୍କୁ “ଅକ୍ଷୟ ସମ୍ମାନ’

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୩(ଓଡ଼ିଶା ଡ଼ଟ୍ କମ୍) ହିନ୍ଦି ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛପଟ୍ଟ ଗାୟିକା ଆଶା ଭୋଁସଲେଙ୍କୁ “ଅକ୍ଷୟ ସମ୍ମାନ’ରେ ସମ୍ମାନିତ କରାଯାଇଛି ।

ବୁଧବାର ସଂଧ୍ୟାରେ ଉତ୍କଳମଣ୍ଡପରେ ଅକ୍ଷୟ ମହାନ୍ତି ଫାଉଣ୍ଡେସେନ୍ ଦ୍ୱାରାଅନୁଷ୍ଠିତ ଅକ୍ଷୟ ଉତ୍ସବରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଧର୍ମପତ୍ନୀ ପ୍ରବୀଣା ମହାନ୍ତି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ପୁରସ୍କାର ବାବଦକୁ ତାଙ୍କୁ ୧ଲକ୍ଷ ଟଙ୍କା ନଗଦ ରାଶି ସାଙ୍ଗକୁ ମାନପତ୍ର ଓ ଅକ୍ଷୟ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଛି ।

ମୁଁ ଯେଉଁ ରାଜ୍ୟଗୁଡ଼ିକୁ ଯାଇଥାଏ ସେହି ରାଜ୍ୟର ପ୍ରସିଦ୍ଧ ଓ ପ୍ରତିଷ୍ଠିତ ସଂଗୀତଜ୍ଞଙ୍କ ସଂଗୀତକୁ ମନ ଧ୍ୟାନ ଦେଇ ଶୁଣିବା ସହିତ ତାଙ୍କରି ଗୀତକୁ ସମ୍ମାନ ପ୍ରଦାନ କରିଥାଏ । ସେହିପରି ମୁଁ ଯେତେ ବେଳେ ଓଡ଼ିଶାର ସଂଗୀତ ବିଷୟରେ ଚିନ୍ତାକରେ କେବଳ ଅକ୍ଷୟ ମହାନ୍ତିଙ୍କ ସଂଗୀତକୁ ଶୁଣିଥାଏ ଓ ଏହାର ମଧୁରତାକୁ ଉପଭୋଗ କରିଥାଏ ବୋଲି ସମ୍ମାନ ଗ୍ରହଣ ଅବସରରେ ଭୋଁସଲେ କହିଛନ୍ତି ।

ଆଜି ମୁଁ ତାଙ୍କ ଭଳି ମହାନ ସଂଗୀତକାରଙ୍କ ନାମରେ ଏହି ସମ୍ମାନ ପାଇଛି । ଏହା ମୋ ପାଇଁ ବହୁତ ଗର୍ବ ଓ ଆନନ୍ଦର କଥା । କିନ୍ତୁ ସ୍ୱର୍ଗତ ମହାନ୍ତି ଆଜି ଏଠାରେ ନାହାନ୍ତିଁ ଏହା ମୋ ପାଇଁ ଦୁଃଖର କଥା, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version