• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରୀତି ଗରଳର ମାଳା ଭୁଜଗ

October 16, 2011 by ଓଡିଶା ଡଟ କମ Leave a Comment

ରବି କାନୁନ୍ଗୋ

ହିନ୍ଦୁ ବେମାଳାରୁ ସବୁଠୁଁ ରୋମାନ୍ଟିକ ଲାଗନ୍ତି ଶିବ । ଭୟାନକ ତାଙ୍କ ରୂପର ବିବରଣୀ । ସେ ଭୈରବ, ସେ ର୍ରୁଦ୍ର ଇତ୍ୟାଦି । ବିଶ୍ୱାସ ଅନୁଯାୟୀ, ସଂହାରର ଶେଷ ଓ ଶ୍ରେଷ୍ଠ ଦେବତା । ସାପ, ମଶାଣି, ପ୍ରେତ, ପିଶାଚ ପରି ମଣିଷ ଭୟ କରୁଥିବା ଚିଜ ତାଙ୍କ ସହଚର ।

ଅସମ୍ଭବ ସବୁ ତାଙ୍କ ପାଖରେ ସମ୍ଭବ । ନିଜ ବେକରେ ସାପ, ପାଖରେ ସେଇଠି ଦି ’ ପୁଅଙ୍କ ବାହନ – ମୟୂର ଓ ମୂଷା । ନିଜ ବାହନ ବୃଷଭ ତ ପତ୍ନୀଙ୍କର ସିଂହ । ବାପ୍ରେ ବାପ୍ । ଜଣେ ନ ମଲେ, ଆର ଜଣକ ବଞ୍ଚି ପାରିବନି ।

ଜାତ ଶତ୍ରୁଙ୍କ ଭିତରେ ଏ ସହାବସ୍ଥାନ? କେହି କାହା ଆଡ଼କୁ ଅନେଇ ବିଦା କରୁ ନାହାଁନ୍ତି । କାରଣ ଶିବଙ୍କ ଗଳା ହାର ଭୁଜଗଟିର ଆତ୍ମାରେ ପ୍ରୀତିର ଉତ୍ସ ଥିଲା, ଦଂଶିବାକୁ ସହଜାତ ଗରଳ ବି ଥିଲା ।

ଶିବଙ୍କ ପାଖରେ ଏ ଶୃଙ୍ଖଳାର ବିଚ୍ୟୁତି କେବେ ହୋଇ ନଥିବ, କିନ୍ତୁ ମଣିଷଙ୍କ ପାଖରେ ବାରମ୍ବାର ହୁଏ । ସଜାଡ଼ିବାକୁ ସହାବସ୍ଥାନ ଯୋଗାଡ଼ କଲାବେଳକୁ ବିଗାଡ଼ିବାକୁ ଯୁଦ୍ଧକ୍ଷେତ୍ର ତିଆରି ହୋଇଯାଏ । ସେତେବେଳେ ଶିବଙ୍କ ନାଁରେ ଢଗ ଉଠେ । କ’ଣ ନା, ‘ଶିବ ପଳେଇଲେ ଲଙ୍ଗଳା ହେଇ ।’

ରାଜ୍ୟ ଯୁବକଂଗ୍ରେସର ଅଧ୍ୟକ୍ଷ ପ୍ରଦୀପ ମାଝି (୩୫)ଙ୍କ କାର୍ଯ୍ୟକାଳ ନିକଟରେ ଶେଷ ହୋଇଛି । ସେ ପଦ କିଏ ଅକ୍ତିଆର କରିବ ସେଥିପାଇଁ ଦଳ ଭିତରେ ଧାଁ ଉଡ଼ ଆରମ୍ଭ ହୋଇ ଯାଇଛି । କଂଗ୍ରେସ ବା ଅନ୍ୟ କୌଣସି ଳ ପାଇଁ ଏହା ଏମିିତି କିଛି ଆକସ୍ମିକ ଖବର ନୁହେଁ ମଧ୍ୟ ।

‘ସେବା କଲେ କ୍ଷମତା ଆପେ ହାତକୁ ଆସେ’ – ଗାନ୍ଧି ଯୁଗର ଏ ଧାରଣା ବଳବତ୍ତର ଏକ ଆର୍ଶରେ ପରିଣତ ହେବ କ’ଣ, ସୋନିଆ ଗାନ୍ଧିଙ୍କ ଯୁଗ ବେଳକୁ ତା ଅର୍ଥ ବଳି ହୋଇଛି – ‘କ୍ଷମତା ନ ମିଳିଲେ ସେବା କରି ହୁଏନା’ ।

ପ୍ରଦୀପ ବାବୁଙ୍କ ପାରର୍ଶିତାରେ କି ଅଭାବ ଅଛି ବା ସେ ଆଉ ଥରେ କାହିଁକି ନ ରହିବେ? ସାଧ୍ୟମତେ ସେ ଅନେକ କାର୍ଯ୍ୟକ୍ରମ କରାଇଛନ୍ତି । ଆଉଆଉ କଥା ଦୂରକୁ ଥାଉ, ସେ ରାହୁଲ ଗାନ୍ଧିଙ୍କୁ ଆଣି ନିୟମଗିରିରେ ‘ସିପାହୀ’ କରି ତ ଠିଆ କରିେଲେ ।

ସେଥିଯୋଗୁଁ ଆଉ କିଛି ହେଉ କି ନ ହେଉ, ଓଡ଼ିଶାରେ ‘ବେଦାନ୍ତ ’ ଯୋଉ ଗତିରେ ଚାଲୁଥିଲା – କଳୀବଣରେ ପଶିଥିବା ଷଣ୍ଡକୁ କଂଣ୍ଟ୍ରୋଲ କରା ଯାଇଥା’ନ୍ତା କେମିତି? ସବୁ ତାଙ୍କ ସପକ୍ଷରେ ଯାଉଥିଲେ ବି, କଂଗ୍ରେସରେ ପଦ ରକ୍ଷା କରିବାକୁ ଏଗୁଡ଼ିକ ନିହାତି ‘ଏସେନ୍ସିଆଲ୍’ ବା ଅପରିହାର୍ଯ୍ୟ ନୁହେଁ ।

ମାଝିଙ୍କ ବିରୁଦ୍ଧରେ ଆଉ କିଛି ଖୋଲାମୁକୁଳା ଅଭିଯୋଗ ନାହିଁ । ଅବଶ୍ୟ ‘ଘୋଡ଼ାବେପାର’ ଅଡିଓ ଟେପ୍ ସଂପର୍କରେ ତୁଣ୍ଡ ଖୋଲିଥିବା ଯୋଗୁ କଂଗ୍ରେସ ସଂସ୍କୃତିରେ ତାଙ୍କୁ ବଳି ପକାଇବାରେ କୌଣସି ଅସ୍ୱାଭାବିକତା ନାହିଁ । କାରଣ, ଏଠି ଜନ-ନେତା ନ ଥା’ନ୍ତି ।

‘ଆପଏଣ୍ଟମେଣ୍ଟ’ (ମନୋନୟନ) ଛଡ଼ା ଅନ୍ୟ ଗତି ବି ନଥାଏ । ସେଠି ବି ଜନ-ନେତା ନାହାଁନ୍ତି, ମାତ୍ର ଏ ସମସ୍ୟା ବିଜୁ ଜନତା ଦଳରେ ନାହିଁ । ରେସ୍ ପାଇଁ ରେଡ୍ଡି ହେବା ଆଗରୁ ଆପଏଣ୍ଟମେଣ୍ଟ ଅଫର ପହଞ୍ଚି ଯାଏ । କାରବାର – ସିଙ୍ଗ୍ଲ ଉଇଣ୍ଡୋ । ବିରୋଧ କଲେ, ପରିଣତି ବୋଶିଷ ନାୟକ ବା ।ମୋର ରାଉତ ।

ପ୍ରଦୀପ ବାବୁଙ୍କୁ ଛାଡ଼ି ରେସ୍ରେ ଥିବା ଅନ୍ୟ ନାଁଗୁଡ଼ିକ ହେଲା – ପୂର୍ବତନ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା, ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଅସୀମା ମହାନନ୍ଦଙ୍କ ପୁଅ ଅଭିଷେକ ମହାନନ୍ଦ, ଗତ ନିର୍ବାଚନରେ ନିମାପଡ଼ାରୁ ହାରିଥିବା ବିଶ୍ୱଭୂଷଣ ଦାସ, ସନ୍ତୋଷ ମହାନ୍ତି ଏବଂ ଆଉ କେତେଜଣ ।

‘ବାପର ପୁଅ’ – ଦି ’ ଜଣଙ୍କର ଏ ଟ୍ୟାଗ ଅଛି । ରାହୁଲ ଗାନ୍ଧିଙ୍କ ସ୍ୱୀକୃତି ଉପରେ ଚୂଡ଼ାନ୍ତ ମନୋନୟନ ନିର୍ଭର କରିବ । କଂଗ୍ରେସ ଓ ପରିବାରବା – ଏଦୁଇଟିର ଚିତ୍ର ଏକକ ଏବଂ ଅଭ୍ୟେଦ । ଏହା ଜାଣି ସୁଦ୍ଧା, ଦିଗବିଜୟ ସିଂହଙ୍କ ଅକାରଣ ତେଲମରା ଯୋଗୁ ଦଳ ଏବେ ଦ୍ଵିଧାରେ ।

ରାହୁଲଙ୍କ ୪୧ତମ ଜନ୍ମଦିନ ଅବକାଶରେ ସିଂହ କହିଲେ, “ସେ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟତମ । ତାଙ୍କୁ ପଦ ଦିଆଯାଉ ।” ୟା’ ମାନେ, ମନମୋହନ ସିଂହ କରିବେ କ’ଣ? ନିର୍ବାଚନ ତ ବହୁ ଦୂର ।

ଓଡ଼ିଶା ଯୁବକଂଗ୍ରେସ ପଦ ପାଇଁ ପ୍ରତିଯୋଗିତାର ଆଭିମୁଖ୍ୟ ଯି ସ୍ଥିତ ସରକାରର ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ ଲଢ଼ିବା ପାଇଁ ଉଦ୍ଦିଷ୍ଟ ହୁଅନ୍ତା, ଭଲ ଲାଗନ୍ତା । ମାତ୍ର ନିଅତ, ମତଲବ ଉଭୟ ଯି ଖରାପ ହୁଏ ଭଲ ଫଳଟିଏ ମିଳିବ କାହୁଁ?

ଏ ଅବସାରୁ ପାକୁ ବାହାରିବାକୁ ସାମଗ୍ରିକ ଭାବେ ସଂଗ୍ରାମ କରିବାକୁ କଂଗ୍ରେସ ପ୍ରସ୍ତୁତ କି ନା – ଏହା ଏକ ଆଧିନିଧି ପ୍ରଶ୍ନ । ସୋନିଆ ଗାନ୍ଧି ହଁ କହିଲେ ଏହାର ଉତତର ମିଳିବ । ନ ହେଲେ, ଓଡ଼ିଶା ପାଇଁ ଏପରି ପ୍ରତିଯୋଗିତାର କିଛି ମାନେ ନ ଥାଏ ।

ସମାପ୍ତ

(ବ୍ରିଦ : ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁଜଗ, ର୍ରୁଦ୍ର, ଶିବ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version