Site icon Odisha.com

“ଏଗ୍ ଡ଼୍ରପ ସୁପ୍” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

“ଏଗ୍ ଡ଼୍ରପ ସୁପ୍” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ମସରୁମ(ଛତୁ) ଦୁଇଟି ଛୋଟ, କଞ୍ଚା ମଟର ଦାନା- ୨ ଚାମଚ(ଛୋଟ), ଚୋପା ଛଡ଼ା ହୋଇଥିବା ଟମାଟୋ ଦୁଇଟି (ଛୋଟ), ବୋନଲେସ୍ ସ୍ରେଡ଼େଡ଼୍ ଚିକେନ- ୨ ଚାମଚ, ଅଣ୍ଡା-୨ଟା, ଚିକେନ୍ ଷ୍ଟକ- ଦେଢ କପ୍, ଅଜିନୋ ମଟୋ- ୧/୨
ଚାମଚ(ଛୋଟ), ସ୍ରେଡ଼େଡ଼ ଜିଞ୍ଜର- ୧ ଚାମଚ(ଛୋଟ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ସ୍ରେଡ଼େଡ଼୍ ଚିକେନ ବା ସ୍ରେଡ଼େଡ଼୍ ଜିଞ୍ଜରର ଅର୍ଥ ଚୋପାଛଡ଼ା ହୋଇ ପତଳା ପତଳା ଲମ୍ବା ଲମ୍ବା କଟାଯାଇଥିବା ଚିକେନ୍ ବା ଅଦା । ପ୍ରଥମେ ଛତୁ, ଟମାଟୋ ଓ ଚିକେନ୍ ଲମ୍ବାଲମ୍ବା ପତଳାପତଳା କାଟି ରଖନ୍ତୁ ।

ଅଣ୍ଡାକୁ ଭାଙ୍ଗି କେଶର ଅଲଗା କରି ଅଣ୍ଡାର ଧଳା ଅଠାକୁ ଫେଣ୍ଟି ଅଲଗା ରଖନ୍ତୁ । ଚିକେନ୍ ଷ୍ଟକକୁ ଗୋଟିଏ ପାତ୍ରରେ ଚୂଲିରେ ବସାନ୍ତୁ । ଚିକେନ୍ ଷ୍ଟକ ଫୁଲି ଆସିଲେ ସେଥିରେ ଛତୁ, ଚିକେନ୍, ଟମାଟୋ ଓ ମଟର ଦାନା ପକାନ୍ତୁ ।

ବର୍ତ୍ତମାନ ସ୍ୱାଦ ଅନୁସାରେ ଲୁଣ ଅଜିନୋ ମଟୋ ଓ କଟା ଅଦା ପକାଇ ୫ ମିନିଟ ଫୁଟାନ୍ତୁ । ଶେଷରେ ଅଣ୍ଡାର ଧଳା ଅଂଶକୁ ଫୁଟୁଥିବା ସୁପ୍ ଉପରେ ଧିରେଧିରେ ଢାଳନ୍ତୁ ଓ ଘାଣ୍ଟନ୍ତୁ ।

ବେଶି ସମୟ ଫୁଟାନ୍ତୁ ନାହିଁ । ଫୁଟୁଥିବା ଅବସ୍ଥାରେ ଚୂଲିରୁ ଓହ୍ଲାଇ ସ୍ୱାଦ ଅନୁସାରେ ସସ୍ ପକାଇ ଗରମ ଗରମ ପରିବେଷଣ
କରନ୍ତୁ ଏଗ୍ ଡ଼୍ରପ୍ ସୁପ୍ ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version