Site icon Odisha.com

ପ୍ରସ୍ତାବିତ ଭାରତୀୟ ବନ୍ଦର ବିଲ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତୀୟ ବନ୍ଦର ବିଲ୍-୨୦୧୧କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି ।

ରାଜ୍ୟ ଗୁଡ଼ିକରେ ଥିବା ବନ୍ଦର ଉପରେ ରାଜ୍ୟ କର୍ତ୍ତୃତ୍ୱକୁ ଏହା ପ୍ରଭାବିତ କରିବାର ଆଶଂକା ଥିବାରୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ଶେର ଉପକୂଳବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ମାନଙ୍କ ସମର୍ଥନ ଲୋଡ଼ି ସୋମବାର ସେମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

ଏହି ବିଲ୍ ଦ୍ୱାରାରାଜ୍ୟ ଗୁଡ଼ିକର ବନ୍ଦର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ସାମ୍ରୁଦିକ ବିକାଶ କାର୍ଯ୍ୟ ମଧ୍ୟ  ପ୍ରଭାବିତ ହେବ ଓ ରାଜ୍ୟ ସରକାରମାନେ ସେମାନଙ୍କ ଅଧିନରେ ଥିବା ବନ୍ଦର ଗୁଡ଼ିକର କାର୍ଯ୍ୟ କେନ୍ଦ୍ର  ସରକାରଙ୍କ ବିନା ଅନୁମତିରେ କରିପାରିବେ ନାହିଁ ବୋଲି ନବୀନ ପତ୍ରରେ ଦର୍ଶାଇଛନ୍ତି ।

ସେହିପରି ବୃହତ୍ ବନ୍ଦରର ସୀମା ନିର୍ଦ୍ଧାରଣ ସମୟରେ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟ ସରକାରଙ୍କ ସହ  ଆଲୋଚନା କରିବା ବା ସମ୍ମତି ନେବାର ଆଉ ଆବଶ୍ୟକତା ଏହି ନୂଆ ବିଲ୍ ଅନୁସାରେ ରହିବ ନାହିଁ ।

ଭାରତୀୟ ବନ୍ଦର ଆଇନ ୧୯୦୮ ଅନୁଯାୟୀ ବୃହତ୍ ବନ୍ଦରର ସୀମା କେନ୍ଦ୍ର ସରକାର ଦ୍ୱାରାଏବଂ କ୍ଷ୍ରୁଦ୍ର ବନ୍ଦରର ସୀମା ରାଜ୍ୟ ସରକାରଙ୍କ ଦ୍ୱାରାନିର୍ଦ୍ଧାରିତ ହେଉଥିବା ବେଳେ ନୂତନ ବିଲ୍ର ବ୍ୟବସ୍ଥା ଅନୁଯାୟୀ  ବୃହତ ଓ କ୍ଷ୍ରୁଦ ବନ୍ଦର ସୀମା ବିବାଦ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଆର୍ବିଟୋରି ନିଯୁକ୍ତ କରିବା  ଗ୍ରହଣୀୟଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି ।

ତେଣୁ ଏହି ବିବାର ସମାଧାନ ଆଲୋଚନା, କୋର୍ଟ କିମ୍ବା ଏକ ସ୍ୱାଧିନ ସଂସ୍ଥା ଦ୍ୱାରାକରିବା ପାଇଁ ସେ ଦାବି  କରିଛନ୍ତି । ବିଲ୍ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ଗୁଜୁରାଟ, ବଶ୍ଚିମବଙ୍ଗ, ତାମିଲନାଡ଼ୁ,  ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ପୁଡ଼ୁଚେରୀ ଓ ଆନ୍ଧ୍ରପ୍ରଶେ ମୁଖ୍ୟମନ୍ତ୍ରୀ ଏବଂ ଆଣ୍ଡାମାନ ଉପ  ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version