Site icon Odisha.com

ଅପ୍ରେଲ ୧ରୁ ଓପିଏଲ୍ ଦ୍ଵିତୀୟ ସଂସ୍କରଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୭(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୦୧୨ ଅପ୍ରେଲ ୧ରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଓଡ଼ିଶା ପ୍ରିମିୟର ଲିଗ୍(ଓପିଏଲ୍)ରଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ ।

ଏହି ମ୍ୟାଚ ୧ରୁ ୨୨ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଅପ୍ରେଲ ୧ରେ ଉ୍ଘାଟନୀ ଉତ୍ସବ, ୨ରେ ଉ୍ଦଘାଟନୀ ମ୍ୟାଚ ଏବଂ ୨୨ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ରବିବାର ଅନୁଷ୍ଠିତ ଓପିଏଲ୍ ପରିଚାଳନା ପରିଷ ବୈଠକରେ କୁହାଯାଇଛି ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ୧୦ଟି ଳ ଅଂଶଗ୍ରହଣ କରିଥିବା ବେଳେ ଆଗାମୀ ସଂସ୍କରଣରେ ୧୨ଟି ଳ ଅଂଶଗ୍ରହଣ କରିବେ । ଆଉଦୁଇଟି ନୂତନ ଦଳ ପାଇଁ ନିଲାମ ପ୍ରକ୍ରିୟା ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ ।

ଏଥିାଇଁ ନଭେମ୍ବର ୧୫ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଆବେଦନ ପତ୍ର ଗ୍ରହଣ କରାଯାଇ ପାରିବ । ଡିସେମ୍ବର ୫ରେ ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ଓପିଏଲ୍-୨ର ୧୨ଟି ଳ ନିମନ୍ତେ ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୫ରେ ଅନୁଷ୍ଠିତ ହେବ । ଓପିଏଲ୍ର ପ୍ରଥମ ସଂସ୍କରଣରେ ଦଳ ଗୁଡ଼ିକ ଖେଳାଳି କିଣିବା ପାଇଁ ସର୍ବାଧିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିମୟ ରହିଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇଛି । ଦଳ ଗୁଡ଼ିକ ଏବେ ଖେଳାଳି କିଣିବା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟ ବିଜେତାଙ୍କୁ ଦିଆଯାଉଥିବା ପୁରସ୍କାର ରାଶି ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଚାମ୍ପିୟନ୍ ଟିମ୍କୁ ୪ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଉଥିବା ବେଳେ ଆଗାମୀ ଟୁର୍ଣ୍ଣାମେଣ୍ଟରେ ଏହା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version