Site icon Odisha.com

ପାଳଙ୍ଗ ପକୁଡ଼ି

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ପାଳଙ୍ଗ ଶାଗ-୨ବିଡ଼, ପିଆଜ-୧ଟା(ବଡ଼), ରସୁଣ-୩/୪ କେିଲା, ଅଦା କଟା- ୨ ଚାମଚ(ଛୋଟ), ଗୋଟା ଜିରା -୧ ଚାମଚ(ଛୋଟ), କଞ୍ଚାଲଙ୍କା କଟା- ୨ଚାମଚ(ଛୋଟ), କରିପାଉଡ଼ର- ୧ ଚାମଚ (ଛୋଟ), ବେସନ-୧ କପ୍, କର୍ଣ୍ଣଫ୍ଲୋର-୨ ଚାମଚ(ବଡ଼), ସ୍ଵାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ।

ପ୍ରସ୍ତୁତି ପ୍ରଣାଳୀ:

 

ଶାଗକୁ ଧୋଇ ଲମ୍ବା ଲମ୍ବା କାଟି ରଖନ୍ତୁ । ପିଆଜ,ରସୁଣ, ଅଦା ଓ କଞ୍ଚା ଲଙ୍କା ଲମ୍ବା ଲମ୍ବା କାଟି ରଖନ୍ତୁ । ଗୋଟିଏ ବଡ଼ ପାତ୍ରରେ ପାଳଙ୍ଗ ଶାଗ, କଟା ପିଆଜ, କଟା ରସୁଣ, କଟା ଅଦା,କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ନିଅନ୍ତୁ ।

ଏଥିରେ ବେସନ, କର୍ଣ୍ଣଫ୍ଲୋର, କରିପାଉଡ଼ର ଓ ବେକିଙ୍ଗ ପାଉଡ଼ର ପକାନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ଏହି ସମସ୍ତ ସାମଗ୍ରୀକୁ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ ।

କଡ଼ାଇରେ ତେଲ ଗରମ କରି ପକୁଡ଼ି ପରି ଛାଣନ୍ତୁ । ଲାଲ ହୋଇଗଲେ କଡ଼ାଇରୁ କାଢି ଗରମ ଗରମ ସସ୍ କିମ୍ବା ଚଟଣି ସହିତ ପରିବେଷଣ କରନ୍ତୁ ପାଳଙ୍ଗ ପକୁଡ଼ି ।

ଓଡ଼ିଶା ଡ଼ଟ୍ କମ୍

Exit mobile version