Site icon Odisha.com

ଚିଙ୍ଗୁଡ଼ି ପଲାଉ

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ:

ବଡ଼ ଚିଙ୍ଗୁଡ଼ି-୨୫୦ ଗ୍ରାମ, ବାସୁମତି ଅରୁଆ ଚାଉଳ-୫୦୦ ଗ୍ରାମ, କ୍ୟାପ୍ସିକମ୍-୧୦୦ ଗ୍ରାମ, ଗାଜର-୫୦ ଗ୍ରାମ, ଅଦା-୧ଖଣ୍ଡ, ପିଆଜ-୨ଟା (ବଡ଼), ଗୋଟା ଗରମ ମସଲା ଅଳ୍ପ କିଛି, ତେଜପତ୍ର-୨ଟା, ଲେମ୍ବୁରସ-୧ ଚାମଚ(ବଡ଼), ରିଫାଇନ ତେଲ- ୨ଚାମଚ(ବଡ଼), ବଟର-୧ ଚାମଚ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

 

ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଧୋଇ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜ ଓ ଆକୁ ପତଳା ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । ଗାଜର ଓ କ୍ୟାପସିକମ୍ କୁ ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ ।

ପ୍ରେସର କୁକର୍ ରେ କିମ୍ବା ଗୋଟିଏ ବଡ ପାତ୍ରରେ ତେଲ ଓ ବଟର ମିଶାଇ ଗରମ କରନ୍ତୁ । ସେଥିରେ ତେଜପତ୍ର ଓ ଗୋଟା ଗରମ ମସଲା( ଡାଲଚିନି, ଲବଙ୍ଗ, ଗୁଜୁରାତି) ପକାନ୍ତୁ । କଟା ପିଆଜ, କଟା ଅଦା, କଟା ପରିବା ପକାଇ ଅଳ୍ପ ସମୟ ଭାଜି ଗୋଳାଇ ରଖିଥିବା ଚିଙ୍ଗୁଡିକୁ ପକାନ୍ତୁ ।

ବର୍ତ୍ତମାନ ଏଥିରେ ଧୋଇ ରଖିଥିବା ଚାଉଳ ପକାଇ ଭଲଭାବରେ ଗୋଳାଇ ଚାଉଳରଦୁଇଗୁଣା ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ ଧିମି ଆଞ୍ଚରେ ଚାଉଳ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ଚୁଲିରୁ ଓହ୍ଲାଇ ଉପରେ ଗରମ ମସଲା ଗୁଣ୍ଡ ଓ ଏକ ଚାମଚ ବଟର ପକାଇ ପ୍ଲେଟ୍ ରେ କାଢି ପରିବେଷଣ କରନ୍ତୁ ଚିଙ୍ଗୁଡି ପଲାଉ ।

ଓଡ଼ିଶା ଡ଼ଟ୍ କମ୍

Exit mobile version