Site icon Odisha.com

ନାଲ୍କୋ ପକ୍ଷରୁ ଲାଭାଂଶ ପ୍ରଦାନ

ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ.ବାଗ୍ରା, କେନ୍ଦ୍ର ଖଣି ମନ୍ତ୍ରୀଦିନଶା ଜେ. ପଟେଲଙ୍କୁ ଚୂଡାନ୍ତ ଲାଭାଂଶ ବାବଦ ରେ୧୧୨.୩୦ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୮(ଓଡ଼ିଶା ଡ଼ଟ୍ କମ୍) ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍କୋ) ପକ୍ଷରୁ ୨୦୧୦-୧୧ ଆଥିକ ବର୍ଷ ପାଇଁ ୨୫୭.୭୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି ।

ଏହି ଲାଭାଂଶରେ ସମ୍ପ୍ରସାରିତ ପୁଞ୍ଜି ଉପରେ ପ୍ରତି ଇକ୍ୱିଟୀ ଶେୟାରକୁ ୦.୫୦ ଟଙ୍କା ହିସାବରେ ୧୨୮.୮୬  କୋଟି ଟଙ୍କାର ଚୂଡାନ୍ତ ଲାଭାଂଶ ଏବଂ ପୂର୍ବରୁ ସଂଶୋଧିତ ଇକ୍ୱିଟୀ ଶେୟାର ଉପରେ ୨ ଟଙ୍କା ହିସାବରେ  ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଅନ୍ତର୍ଭୁକ୍ତ ।

ଗତ ବର୍ଷ ପ୍ରାନ କରାଯାଇଥିବା ୧୬୧.୦୮ କୋଟି ଟଙ୍କା ଲାଭାଂଶ ତୁଳନାରେ ଏହା ୬୦ ପ୍ରତିଶତ ଅଧିକ । ଉଲ୍ଲେଖଯୋଗ୍ୟ ଯେ, ନାଲ୍କୋ ୩୪୩୫ କୋଟି ଟଙ୍କା ଲାଭାଂଶ ଭାରତ ସରକାରଙ୍କୁ ଅଂଶଧନ ବାବଦରେ ପ୍ରଦାନ କରିବା ସହିତ ଆଜି ସୁଦ୍ଧା ସମୁଦାୟ ୩୯୪୦ କୋଟି ଟଙ୍କା ଲାଭାଂଶ ଆକାରରେ ପ୍ରଦାନ କରିଛି ।

ନୂଆଦିଲ୍ଲୀ ଠାରେ ସୋମବାର ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ.ବାଗ୍ରା, କେନ୍ଦ୍ର ଖଣି  ମନ୍ତ୍ରୀଦିନଶା ଜେ. ପଟେଲଙ୍କୁ ଚୂଡାନ୍ତ ଲାଭାଂଶ ବାବଦରେ୧୧୨.୩୦ କୋଟି ଟଙ୍କାର ଏକ ଚେକ ପ୍ରଦାନ  କରିଛନ୍ତି ।

ବଳକା ୧୬.୫୬ କୋଟି ଟଙ୍କା ବ୍ୟାଙ୍କ, ଆଥିକ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଅଂଶଧନଧାରୀ ମାନଙ୍କୁ ପ୍ରଦାନ   କରାଯିବ । ୨୦୧୦-୧୧ ଆଥିକ ବର୍ଷରେ ନାଲ୍କୋ ଟିକସ ପ୍ରଦାନ ପରେ ୧୦୬୯ କୋଟି ଟଙ୍କା ଲାଭ  ହାସଲ କରିଛି, ଯାହା ଗତ ବର୍ଷର ଲାଭ ୮୧୪ କୋଟି ଟଙ୍କା ଠାରୁ ୩୧ ପ୍ରତିଶତ ଅଧିକ ବୋଲି ଏକ  ବିଜ୍ଞପ୍ତିରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version