Site icon Odisha.com

ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନାର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୯(ଓଡ଼ିଶା ଡ଼ଟ୍ କମ୍) ଗର୍ଭବତୀ ମହିଳା ଓ ସେମାନଙ୍କ ନବଜାତ ଶିଶୁ ମାନଙ୍କ ଉପଯୁକ୍ତ ଯତ୍ନ ଲକ୍ଷ୍ୟ ନେଇ ବୁଧବାର ମମତା ଯୋଜନାର ଶୁଭାରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ପୂର୍ବରୁ ସରକାର ଏହି ଯୋଜନା ସଂପର୍କରେ ଘୋଷଣା କରିଥିଲେ । ପ୍ରଥମଦିନରେ ପଚାଶ ହଜାର ହିତାଧିକାରୀଙ୍କୁ ଇ-ଟ୍ରାନ୍ସଫର ମାଧ୍ୟମରେ ୧୫୦୦ ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି ।

ସେପ୍ଟେମ୍ବର ୫ରୁ ହିତାଧିକାରୀଙ୍କ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ପଞ୍ଜୀକରଣ କରିଛନ୍ତି ।

ଗ୍ରାମାଞ୍ଚଳର ଗର୍ଭବତୀ ମହିଳାଙ୍କୁ ଚାରୋଟି କିସ୍ତିରେ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ୧୯ ବର୍ଷରୁ ଉଦ୍ଧ୍ୱର୍ ଗର୍ଭବତୀ ମହିଳାଙ୍କୁଦୁଇଟି ସନ୍ତାନ ପର୍ଯ୍ୟନ୍ତ ଏହି ସହାୟତା ଦିଆଯିବ ।

ଏହି ଯୋଜନାରେ ପ୍ରତିବର୍ଷ ରାଜ୍ୟର ଛଅ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେବେ ଏବଂ ଏଥିପାଇଁ ରାଜ୍ୟ ରାଜକୋଷରୁ ବାର୍ଷିକ ୩୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓକନ୍ଫରେସ ଜରିଆରେ ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାର ହିତାଧିକାରୀ ମାନଙ୍କ ସହ ମମତା ଯୋଜନା ସଂପର୍କରେ ଆଲୋଚନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version