Site icon Odisha.com

ନଭେମ୍ବର ୧୪ରୁ ନୂଆ ବିପିଏଲ୍ ସର୍ଭେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୧(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ନଭେମ୍ବର ୧୪ ତାରିଖରୁ ରାଜ୍ୟରେ ନୂତନ ବିପିଏଲ୍ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆଠଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ପୂର୍ବରୁ ଆସନ୍ତା ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ସେପ୍ଟେମ୍ବର ୧୫ ସୁଦ୍ଧା ବିପିଏଲ୍ ସର୍ଭେ ଆରମ୍ଭ କରି ୪୫ଦିନ ମଧ୍ୟରେ ଶେଷ କରିବାକୁ ଯୋଜନା ରଖିଥିଲେ ।

ତେବେ ନିଦ୍ଧାରିତ ସମୟ ମଧ୍ୟରେ ସର୍ଭେ କାର୍ଯ୍ୟ ପାଇଁ ଆବଶ୍ୟକ ଡ଼ାଟା ଏଣ୍ଟ୍ରି ମେଶିନ ପଂହଞ୍ଚିଚି ପାରନଥିଲା । ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ୩୩ ହଜାର ମେଶିନରୁ ବର୍ତ୍ତମାନ ସୁଦ୍ଧା ଆଠଟି ପଂହଁଚିଛି ।

ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ଗଜପତି ଓ ଫୁଲବାଣୀ ଜିଲ୍ଲାରେ ସର୍ଭେ କରାଯିବ ।

ଏହି ସର୍ଭେରେ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ସାମିଲ କରାଯିବ ନାହିଁ । ହାଇସ୍କୁଲ ଶିକ୍ଷକ, ଭିଏଲ୍ଡ଼ବ୍ଲୁ, ବିଭିନ୍ନବିଭାଗର କିରାଣୀ, ମ୍ୟାଟ୍ରିକ ପାସ୍ କରିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଏଥିରେ ନିୟୋଜିତ କରାଯିବ ।

ଏହି ନୂତନ ସର୍ଭେରେ ଆଦିମ ଆଦିବାସୀଙ୍କୁ ସାମିଲ କରାଯିବା ସହ ସରକାରୀ କର୍ମଚାରୀ, ଆୟକର ଦାତା, ଅଢେଇ ଏକର ଜଳସେଚିତ ଜମି ଥିବା ପରିବାର , ଯନ୍ତ୍ର ଚାଳିତ ଯାନ, ଏସି, ୱାଶିଂମେସିନ, ଟ୍ରାକ୍ଟର, କିଷାନ କ୍ରେଡ଼ିଟ କାର୍ଡ଼ ରଖିଥିବା ପରିବାର, ମାସକୁ ଦଶ ହଜାର ଟଙ୍କା ରୋଜଗାର କରୁଥିବା ପରିବାର ଓ ଫ୍ରିଜ କମ୍ପ୍ୟୁଟର ରଖିଥିବା ପରିବାରଙ୍କୁ ଏହି ତାଲିକାରୁ ବାଦ ଦେବାକୁ ନିଷ୍ପତ୍ତି ହୋଇଛି ।

ରହିବା ପାଇଁ ଘର ନଥିବା ପରିବାର, ଭୀକ ମାଗି ଜୀବିକା ଅର୍ଜନ କରୁଥିବା ପରିବାର, ମେହେନ୍ତର, ଗୋତି ଶ୍ରମିକଙ୍କୁ ତାଲିକାଭୁକ୍ତ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version