ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ଠକେଇର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ସୂଚନା ଅଧିକାର ଆଇନ ସଂପର୍କରେ ଅଧିକ ସଚେତନତା ସୃଷ୍ଟି କରାଇବାଆବଶ୍ୟକତା ରହିଛି, ଏହା ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ କହିଛନ୍ତି ।
ଏହି ଆଇନ ସଂପର୍କରେ ଅତୀତରେ ବିଭିନ୍ନ ଉପାୟରେ ପ୍ରଚାର ପ୍ରସାର ହୋଇଥିଲେ ମଧ୍ୟ ତାହାର ସୁଫଳ ପଛୁଆ ବର୍ଗର ଲୋକମାନେ ବିଶେଷ ଭାବରେ ନେଇପାରୁନଥିବା ପରିଲକ୍ଷିତ ହୋଇଥିବା ସେ ଏକ ସାକ୍ଷାତକାରରେ ଓଡ଼ିଶା ଡ଼ଟ୍ କମକୁ କହିଛନ୍ତି ।
ରାଜ୍ୟର ୩ କୋଟି ୬୦ ଲକ୍ଷ ଜନସଂଖ୍ୟା ମଧ୍ୟରୁ ଆଦିବାସୀ ଓ ଳିତ ଶ୍ରେଣୀର ଲୋକଙ୍କ ସଂଖ୍ୟା ଯଥାକ୍ରମେ ୨୨ ଏବଂ ୧୧ ପ୍ରତିଶତ । ସମାଜରେ ସେମାନେ ସବୁଠୁ ଅବହେଳିତ ଲୋକ ଭାବେ ପରିଗଣିତ ହୋଇଥାନ୍ତି ।
ସେମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏଥିପାଇଁ କମିଶନ ବିଭିନ୍ନ ପକ୍ଷେପଗ୍ରହଣ କରିଛି କିନ୍ତୁ ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ଏହାପାଇଁ ଅଧିକ ଉ୍ୟମ ଗ୍ରହଣ କରାଯିବା ଦରକାର, ସେ କହିଛନ୍ତି ।
“”ଆମେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କ ସହ ମିଶି ଏହି ଆଇନର ପ୍ରଚାର ପ୍ରସାର କରିଆସିଛୁ, ଅତୀତରେ ଏଥିପାଇଁବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି”, ସେ କହିଛନ୍ତି ।
ମୁଣ୍ଡା, ସା୍ରୀ, ସୌର, କୁଭି, କୁଇ, କୋୟା ଏବଂ ସାନ୍ତାଳୀ ଭାଷାରେ ୪୦ ପୃଷ୍ଠା ବିଶିଷ୍ଟ ପ୍ରଚାରପତ୍ର ପ୍ରକାଶିତ କରିଛୁ । ଏହା ପ୍ରତ୍ୟେକ ଭାଷାରେ ପ୍ରକାଶ କରାଯାଇଛି । ଏହାବ୍ୟତୀତ ପ୍ରଚାରପତ୍ର ଗୁଡ଼ିକ ଇଂରାଜୀ, ହିନ୍ଦୀଏବଂ ଓଡ଼ିଆରେ ମଧ୍ୟ ପ୍ରକାଶ କରାଯାଇ ବଣ୍ଟା ଯାଇଛି,ସେ କହିଛନ୍ତି । ଏହା ସତ୍ତ୍ୱେ ଆଶାନୁରୂପ ସଫଳତା ମିଳିନାହିଁ ।
ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ବର୍ଷ ମଧ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସହଭାଗିତାରେ ପ୍ରାୟ ୨୦୦ ସୂଚନା ଅଧିକାର କ୍ଲିନିକ ଖୋଲିବାର ଯୋଜନା ରହିଥିବା ବେଳେ ଖୁବଶୀଘ୍ର ଏହାର ସୁଫଳ ଅନୁଭୂତ ହେବ ବୋଲି ସେ କହିଛନ୍ତି ।
ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ତାଙ୍କ କାର୍ଯ୍ୟାଳୟ ପରିସରରେ ଏହି କ୍ଲିନିକ ଖୋଲି ସେଠାରେ ସୂଚନା ଅଧିକାର ଆଇନ ସଂପର୍କୀତ ଦରଖାସ୍ତ ଉପଲବ୍ଧ କରାଇବେ ଏବଂ ଲୋକ ମାନଙ୍କ ମଧ୍ୟରେ ଆଇନର କାର୍ଯ୍ୟକାରିତା ସଂପର୍କରେ ସଚେତନତା ସୃଷ୍ଟି କରାଇବେ ।
୨୨ ନଭେମ୍ବର ୨୦୦୫ରେ ସୂଚନା ଅଧିକାର କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ୨୦୦୬ରେ ସୂଚନା କମିଶନ ଗଠନ କରାଯାଇଛି ।
ପ୍ରାପ୍ତ ସରକାରୀ ତଥ୍ୟ ଅନୁସାରେ, ସୂଚନା ଅଧିକାର ଆଇନ ଜରିଆରେ ୨୦୦୮-୦୯ରେ ୩୭,୯୯୭ଟି ଦରଖାସ୍ତ ରାଜ୍ୟରେ ଗ୍ରହଣ କରାଯାଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦ୍ୱାରାସର୍ବାଧିକ ୧୦,୫୮୮ଟି ରଖାସ୍ତ ଗ୍ରହଣ କରାଯାଇଛି ଯାହା ୨୦୦୮-୦୯ରେ ଗ୍ରହଣ କରାଯାଇଥିବା ସମୁାଦାୟ ଦରଖାସ୍ତର ୨୮ ପ୍ରତିଶତ । ପଂଚାୟତିରାଜ ବିଭାଗ ୬୮୨୭ଟି ଦରଖାସ୍ତ ଗ୍ରହଣ କରିଛି ।
ଅଧିକାଂଶ ଦରଖାସ୍ତ ସରକାରୀ କିମ୍ବା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦ୍ୱାରାକରାଯାଇଥିବା ବେଳେ ସେମାନେ ମାଗିଥିବା ସୂଚନା ମୁଖ୍ୟତଃ ତାଙ୍କର ଚାକିରୀ କ୍ଷେତ୍ରରେ ହୋଇଥିବା ଅସୁବିଧା ସମ୍ବନ୍ଧୀୟ ବୋଲି ସେ କହିଛନ୍ତି ।
ସୂଚନା ଅଧିକାର ଆଇନର ବ୍ୟବହାର ବିଶେଷ କରି ପୁରୁଷମାନେ କରୁଥିବା ବେଳେ ରାଜ୍ୟରେ ମହିଳା ମାନଙ୍କ ଦ୍ୱାରା ଏହାର ବ୍ୟବହାର ଖୁବ୍ କମ୍ । ସେହିପରି ଅନ୍ୟ ଅଂଚଳ ଅପେକ୍ଷା ଆଦିବାସୀ ହରିଜନ ବହୁଳ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଦ୍ୱାରାଏହାର ବ୍ୟବହାର ଖୁବ୍ କମ୍ ପରିଲକ୍ଷିତ ହୋଇଛି , ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply